April 18, 2025

ବି.ଜେ.ଡି. ର କର୍ମୀ ସମ୍ମିଳନୀ ଅନୁଷ୍ଠିତ…….

Share

 

ଉମରକୋଟ:-ନିର୍ବାଚନ ବିଗୁଲ ବାଜିଲା ପରେ ସାରା ରାଜ୍ୟରେ ନେତା, ବିଭିନ୍ନ ଦଳ ର କର୍ମକର୍ତ୍ତା ନିର୍ବାଚନ ପ୍ରସ୍ତୁତି ରେ ଜୋର ସୋର ରେ ଲାଗିପଡ଼ିଥିବା ଦେଖିବାକୁ ମିଳିଛି!ପ୍ରତ୍ୟେକ ଦଳ ନିଜ ନିଜ କର୍ମକର୍ତ୍ତା ମାନଙ୍କୁ ନେଇ କର୍ମୀ ସମ୍ମିଳନୀ କରିବାରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିକିଛି!ଏହି ପରିପ୍ରେକ୍ଷୀରେ ଆଜି ବିଜେଡି ଦଳ ତରଫରୁ ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ଅଧୀନରେ ଥିବା ମିକ୍ସ ଫାର୍ମ ନିକଟରେ ଥିବା ଆମ୍ବବାଡ଼ି ଠାରେ ଏକ ବିଶାଳ କର୍ମୀ ସମ୍ମିଳନୀ ର ଆୟୋଜନ କରାଯାଇଥିଲା!ଉକ୍ତ କର୍ମୀ ସମ୍ମିଳନୀ ରେ ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନବରଙ୍ଗପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଈଶ୍ୱର ପାଣିଗ୍ରାହୀ, ଉମରକୋଟ ବିଧାୟକ ପ୍ରାର୍ଥୀନୀ ନବୀନା ନାୟକ,ପୌରାଧ୍ୟକ୍ଷା ରାଧା ଭତ୍ରା,ପୂର୍ବତନ ନଗରପାଳ ଝାଡ଼େଶ୍ୱର ମହାନ୍ତି, କାଉଁସିଲର ତପନ ଦେବନାଥ, ବ୍ଲକ ଅଧ୍ୟକ୍ଷା ସୁଶୀଳା ମାଝୀ, ନଗର ବିଜେଡି ସଭାପତି କୈଳାସ ନାୟକ, ସଲିମ ରାଠୋର, କାଳୁ ପଣ୍ଡା,ପ୍ରମୁଖ ମଞ୍ଚାସିନ ଅତିଥି ରୂପେ ଯୋଗ ଦେଇଥିଲେ!ବ୍ଲକ ବିଜେଡି ସଭାପତି ମନୋଜ କୁମାର ଧଳ ସଭା ଟିକୁ ପରିଚାଳନା କରିଥିଲେ!(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

You may have missed