May 11, 2026

ଉମରକୋଟ ସାମ୍ବାଦିକ ଙ୍କ ମାତୃ ବିୟୋଗ……..

IMG-20260319-WA0058
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)) ନବରଙ୍ଗପୁର ଜିଲ୍ଲା ର ଉତ୍କଳ ମେଲ ର ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ଜିତେନ୍ଦ୍ର କୁମାର ଦାସ ଙ୍କ ମା ଆଶା ଦେବୀ (୬୮) ଙ୍କ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ରାୟପୁର ର ଏକ ଘରୋଇ ହସ୍ପିଟାଲରେ ଦୀର୍ଘ ୧୫ ଦିନ ହେବ ସେ ହୃଦଜିନିତ ରୋଗରେ ଚିକିତ୍ସିତ ହେଉଥିଲେ। ଆଶା ଦେବୀ ଜଣେ ଭଦ୍ର, ବନ୍ଧୁବସଳ, ମେଳାପୀ ଓ ଧର୍ମପରାୟଣ ମହିଳା ଥିଲେ। ତାଙ୍କ ଶେଷ ସମୟରେ ଦୁଇ ପୁଅ ଜିତେନ୍ଦ୍ର କୁମାର ଦାସ,ସୁନିଲ ଦାସ, ଝିଅ ରିନା, ଜ୍ଜୁଇଁ ରାଜେଶ,ଦୁଇ ବୋହୂ ପୂଜା, ପ୍ରୀତି, ନାତି ବିଟୁ, ବାବୁ,ପ୍ରିୟାଂଶୁ ଓ ପରିବାର ର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। ରାୟପୁର ଶ୍ମଶାନରେ ବଡ ପୁଅ ଜିତେନ୍ଦ୍ର ମୁଖାଗ୍ନି ଦେଇ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ପ୍ରେସ କ୍ଲବ ଉମରକୋଟ ପକ୍ଷରୁ ଶୋକସନ୍ତପ ପରିବାରକୁ ସମବେଦନା ଜ୍ଞାପନ କରାଯାଇଥିଲା।