May 14, 2026

ତିନି ମାସ ମଧ୍ୟରେ ରାସ୍ତା ସମସ୍ୟା ର ସମାଧାନ କଲେ ବିଧାୟକ..

IMG-20260319-WA0056
Share

 

ଗଜପତି(ଲମ୍ବୋଦର ସାହୁ)ତିନି ମାସ ମଧ୍ୟରେ ଦୂର ହେଲା ଗାଁର ରାସ୍ତା ସମସ୍ୟା। ତିନି ମାସ ପୂର୍ବେ ଅଞ୍ଚଳକୁ ଗସ୍ତ କରିଥିବା ସମୟରେ ରାସ୍ତା ସମସ୍ୟା ନେଇ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କାଶୀନଗର ବ୍ଲକ କେ.ସୀତାପୁର ପଞ୍ଚାୟତ ଅନ୍ତର୍ଗତ ବିସିରିଂ ଗ୍ରାମବାସୀ।ପକ୍କା ରାସ୍ତା ହୋଇ ନ ଥିବାରୁ କାଦୁଅ ପଚପଚ ରାସ୍ତାରେ ଯିବା ଆସିବାରେ ବହୁ ସମସ୍ୟା ସୃଷ୍ଟି ହେଉଥିଲା।ଏହା ସାଙ୍ଗକୁ ଡ୍ରେନ୍ ନଥିବାରୁ ଗାଁର ନିଷ୍କାସିତ ଦୁଷିତ ପାଣି ରାସ୍ତା ଉପର ଦେଇ ପୋଖରୀ ପାଣିରେ ମିଶି ପାଣିକୁ ଦୁଷିତ କରୁଥିଲା। ସମସ୍ୟାକୁ ଗୁରୁତର ସହ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ବ୍ଲକ ପ୍ରଶାସନ ସହ ଆଲୋଚନା କରି ପ୍ରକଳ୍ପ ମଞ୍ଜୁର କରାଇଥିଲେ ବିଧାୟକ। ନିଜେ ଦାୟିତ୍ୱ ନେଇ ପଞ୍ଚାୟତର ବିସିରିଂ ଗ୍ରାମର ରାସ୍ତା ନିର୍ମାଣ ପାଇଁ ୧୦ ଲକ୍ଷ, ତିନୋଟି କଲଭର୍ଟ ଓ ନାଳ ନିର୍ମାଣ ପାଇଁ ୧୦ ଲକ୍ଷ ଏବଂ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ମଞ୍ଜୁର କରାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ଆଜି ଉକ୍ତ କାର୍ଯ୍ୟର ଶୁଭାରମ୍ଭ କରିବା ସହ ଦେବଦଳା ଗ୍ରାମର ସେହି ସମାନ ସମସ୍ୟା ଥିବା ଗାଁ ରାସ୍ତା ପାଇଁ ମଞ୍ଜୁର ହୋଇଥିବା ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳର ରାସ୍ତା ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଲୋକଙ୍କ ସ‌ହ ପ୍ରତିଟି କ୍ଷେତ୍ରରେ ଜଡିତ ହୋଇ ରହି ଆସୁଥିବା ବେଳେ ସମସ୍ତ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଗ୍ରାମକୁ ଗସ୍ତ କରିଥାନ୍ତି। ଲୋକଙ୍କ ସମସ୍ୟା ତଥା ଆବଶ୍ୟକକୁ ଅନୁଭବ କରି ଉନ୍ନୟନ ମୂଳକ କାର୍ଯ୍ୟ କରିଆସୁଛନ୍ତି ବୋଲି ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି। ତେବେ ଲୋକଙ୍କ ସମସ୍ୟା ସମାଧାନ କଲେ ଆତ୍ମ ସନ୍ତୋଷ ମିଳୁଛି ବୋଲି କହିଛନ୍ତି ବିଧାୟକ ରୁପେଶ ପାଣିଗ୍ରାହୀ ।