April 26, 2026

ପାରଳାଖେମୁଣ୍ଡି ଓ ଗୁମ୍ମା ବ୍ଲକ ବିଜେଡି ପକ୍ଷରୁ ଗଜପତି ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ଜଗବନ୍ଧୁ ଦାସଙ୍କୁ ସମ୍ବର୍ଦ୍ଧନା ଜ୍ଞପନ

WhatsApp Image 2023-03-19 at 14.38.29h
Share

ପାରଳାଖେମୁଣ୍ଡି:୧୯/୩(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ହାଟପଦା ପଡିଆ ଠାରେ ଗଜପତି ଜିଲ୍ଲାରେ ନୂତନ ଭାବେ ମୋନନୀତ ହୋଇଥିବା ବିଜେଡ଼ି ଦଳର ସଭାପତି ଭାବେ ଶ୍ରୀ ଜଗବନ୍ଧୁ ଦାସଙ୍କୁ ଏବଂ ଗୁମ୍ମା ବ୍ଲକ ବିଜେଡ଼ି ସଭାପତି ଅଗଷ୍ଟସ ଗମାଙ୍ଗଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇଥିଲା । ଏହି ଅବସରରେ ବରିଷ୍ଟ ନେତା ତଥା ହାଇଟେକ୍କ ଗ୍ରୁପ ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ,ବିଜେଡ଼ି ଯୁବନେତା ଇଂ.ରୂପେଶ ପାଣିଗ୍ରାହୀ, ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ,ବିଜେଡ଼ି ରାଜ୍ୟ ସମ୍ପାଦକ ଶ୍ରୀ ମରୁତ ପାଲ, ବିଜେଡ଼ି ରାଜ୍ୟ ସମ୍ପାଦକ ଶ୍ରୀ ବସନ୍ତ ଦାସ, ଜିଲ୍ଲା ବିଜେଡ଼ି ଉପସଭାପତି ଲକ୍ଷ୍ମୀକାନ୍ଥ ପରିଚ୍ଛା,ଯୁବନେତା ଜି. ବିଜୟ କୁମାର, ଗୁମ୍ମା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଶ୍ରୀନୁ, ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ସଭ୍ୟା ଏବଂ ଗୁମ୍ମା ବ୍ଲକର ସମସ୍ତ କର୍ମି ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଛନ୍ତି । ସେହି ଭଳି ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ଗଜପତି ଜିଲ୍ଲା ବିଜୁ ଜନତା ଦଳ ର ନୂତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଜଗବନ୍ଧୁ ଦାସ ଙ୍କୁ ପାରଳାଖେମୁଣ୍ଡି ପୌରପାଳିକା ର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠିଙ୍କ ନେତୃତ୍ୱରେଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ଏହି ସମ୍ବର୍ଦ୍ଧନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ରେ ପୌର ପରିଷଦ ଉପାଧ୍ୟକ୍ଷ ଲେଙ୍କାମଧୁ, ନଗରବିଜେଡି ସଭାପତି ସୁଧରଞ୍ଜନମହାପାତ୍ର
କାଉନସିଲରନାରାୟଣ ବେହେରା, ଶ୍ରୀମତୀ ଧରିତ୍ରୀ ଶବର, ନୀଳାଦ୍ରି ନା ଗବଂଶ, ଶ୍ରୀମତି ପ୍ରସନା ପାତ୍ର,ଜି.ରାବଣା ୱାର୍ଧା ରାଜୁ ପ୍ରମୁଖ ଉପସ୍ଥିତ ଥିଲେ ଜିଲ୍ଲା ବିଜେଡି ସଭାପତି ଶ୍ରୀ ଜଗବନ୍ଧୁ ଦାସ ସମସ୍ତଙ୍କୁ ମାନ୍ୟବରମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ରେ ବିକାଶ ମୁଳକ ଧାରା ଏବଂ ଯୋଜନା ଗୁଡିକୁ ଠିକ୍ ଭାବେ ଗରିବ, ଖଟିଖିଆ, ମଜୁରିଆ ଏବଂ ମଧ୍ୟ‌ ଶ୍ରେଣୀ ର ଲୋକ ଙ୍କ ପାଖରେ ପହଞ୍ଚାଇବା ଆମର ମୂଳ ଲକ୍ଷ୍ୟ ବୋଲି କହିଥିଲେ l