March 10, 2026

ଅତିବଡ଼ି ପୀଠ ପରିଦର୍ଶନ କଲେ ପଞ୍ଚସଖା ପରିକ୍ରମା ଯାତ୍ରୀ ଦଳ

IMG-20260219-WA0067
Share

 

 

ପୁରୀ ୧୯/୨ ଆଜି ଅପରାହ୍ନ ରେ ସାତଲହଡି ମଠ ଅତିବଡି ଜଗନ୍ନାଥ ଦାସଙ୍କ ପବିତ୍ର ପୀଠରେ ପଞ୍ଚସଖା ପରିକ୍ରମା ଯାତ୍ରୀ ଦଳ ପହଞ୍ଚି ଥିଲେ। ପୂଜ୍ୟ ପରମହଂସ ପ୍ରଜ୍ଞାନନ୍ଦ ମହାରାଜ ଓ ପଞ୍ଚସଖା ପୀଠ ପରିକ୍ରମା ର ଯାତ୍ରୀଗଣ ଏହି ଯାତ୍ରାରେ ସାମିଲ ହୋଇଥିଲେ।ପ୍ରଜ୍ଞାନନ୍ଦ ମହାରାଜ ଙ୍କ ସମେତ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ଯାତ୍ରୀ ସାତଲହଡି ମଠରେ ପହଞ୍ଚି ଅତିବଡ଼ି ଙ୍କ ସାଧନା ପୀଠ ଓ ସମାଧି ପୀଠରେ ପୂଜାର୍ଚ୍ଚନା, ଦର୍ଶନ, ପରିକ୍ରମଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ତଥା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ସଂସ୍କୃତି କାର୍ଯ୍ୟାଳୟ ର କର୍ମଚାରୀ ମାନେ ପରିକ୍ରମା ଯାତ୍ରୀ ମାନଙ୍କୁ ସ୍ବାଗତ କରିଥିଲେ।ପରିକ୍ରମା ଯାତ୍ରା ର ସଂଯୋଜକ ପ୍ରିୟବ୍ରତ କର ଙ୍କ ସହ ଏହି ପରିକ୍ରମଣ ରେ ରାଜ୍ୟ,ଦେଶ ଓ ବିଦେଶରୁ ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ