March 10, 2026
IMG-20260219-WA0039
Share

 

ବ୍ରହ୍ମଗିରିର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ଯର ବିଶିଷ୍ଟ ଲୋକପ୍ରିୟ ବ୍ୟବସାୟୀ ଭରତ ବେହେରା ଚାଲିଗଲେ। ବ୍ରହ୍ମଗିରିରେ ସର୍ବପ୍ରଥମ ଥର ପାଇଁଁ ଗୁଣାତ୍ମକ ଖିରା,ଛେନା,ମିଠା, ଜଳଖିଆ ଦୋକାନ କରି ସଫଳତା ପ୍ରାପ୍ତି ସହିତ ଚରମ ଲୋକପ୍ରିୟତା ଲାଭ କରିଥିଲେ ସ୍ୱର୍ଗତ ଭରତ ବେହେରା।ଗୋପ ଛକ କହିଲେ ଅଶୀ ନବେ ଦଶକରେ ଭରତ ବେହେରାଙ୍କ ଖୀରା, ଛେନା, ସର,ରାବିଡି,ଜଳଖିଆ ଦୋକାନକୁ ଲୋକେ ବୁଝୁଥିଲେ।ଭଣ୍ଡାରୀକୁଦା ଗାଁରେ ଗୋଟିଏ ସାଧାରଣ ଅତି ଗରିବ ପରିବାରରେ ଜନ୍ମିତ ଭରତଙ୍କ ପିଲାଦିନ ଥିଲା ଖୁବ୍ ସଙ୍ଘର୍ଷମୟ। ମାତ୍ର ନିଜର କଠିନ ପରିଶ୍ରମ, କର୍ତ୍ତବ୍ୟବୋଧ ,ମଧୁର ବ୍ୟବହାର, ଲୋକଙ୍କୁ ଗଭୀର ଭାବେ ଭଲପାଇବା ଓ ଲକ୍ଷ୍ୟ ପଥରେ ସ୍ଥିରତା ଯୋଗୁଁ ସେ ସାଧାରଣ ରୁ ଅସାଧାରଣ ବ୍ୟକ୍ତି ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସମର୍ଥ ହୋଇପାରିଛନ୍ତି।ଏକଦା ଦିନ ଥିଲା ବ୍ରହ୍ମଗିରି ଥାନାରେ ତାଙ୍କର ଖୁବ୍ ପତିଆରା ଥିଲା। ଯେଉଁ କାମ ବିଧାୟକ, ଚେୟାରମେନ କିମ୍ବା ସରପଂଚ କରିପାରୁ ନଥିଲେ ଭରତ ବାବୁ ତାହା ଚୁଟକିରେ କରି ଦେଉଥିଲେ। ତାଙ୍କର ଚେହେରା ଥିଲା ରାଜକୁମାର ପରି ଅତି ସୁନ୍ଦର।କଥା କହିବାର ଶୈଳୀ ମଧ୍ୟ ଥିଲା ତାଙ୍କର ସ୍ୱତନ୍ତ୍ର। ବ୍ରହ୍ମଗିରି, କୃଷ୍ଣ ପ୍ରସାଦ,କଣାସ ଏବଂ ପୁରୀ ସଦରର ଶହ ଶହ ଗ୍ରାମରେ ତାଙ୍କୁ ଲୋକେ ଜାଣୁଥିଲେ। ତାଙ୍କ ସହିତ ସୁସମ୍ପର୍କ ରଖୁଥିଲେ।ସେ ମଧ୍ୟ ଜଣେ ଭଲ ମୁରବି ଥିଲେ ।ଅଠର ଦେଶ ଯାଦବ ମହାସଙ୍ଘ, ପୁରୀ ଜିଲ୍ଲା ଯାଦବ ମହାସଭା ର ସେ ଜଣେ ଆଗଧାଡିର ନେତୃତ୍ୱ ଥିଲେ।ସେ ଥିଲେ ଅତ୍ୟନ୍ତ ସ୍ନେହୀ, ବନ୍ଧୁ ଵତ୍ସଳ ଓ ଲୋକପ୍ରେମୀ ଲୋକପ୍ରିୟ ମଣିଷ। ମହାପ୍ରଭୁ ଅଲାରନାଥଙ୍କ ମନ୍ଦିରର ପାର୍ଶ୍ଵବର୍ତ୍ତୀ ଗାଁ ଅଲାରପୁରରେ ତାଙ୍କର ବାସସ୍ଥାନ।ଏଇ କେତେଦିନ ତଳେ ରେଣ୍ଢା ନୃସିଂହନାଥ ମଠରେ ଏକ ପାରିବାରିକ ସାମାଜିକ କାର୍ଯ୍ୟକ୍ରମରେ ତାଙ୍କ ସହିତ ସାକ୍ଷାତ ଆଲୋଚନା ଥିଲା ଶେଷ ସୁଯୋଗ। ମଣିଷ ଜୀବନରେ କଣ ଅଛି।ଆଗପଛ ହୋଇ ଚାଲିଯିବା,ଆମ ଫଟୋଟିଏ ନେବା କହି ମୋ ମୋବାଇଲ ରେ ଏହି ଫଟୋ ଉଠାଯାଇଥିଲା।ଆଜି ତାହା ଵେଦନାସିକ୍ତ ସ୍ମୃତି।ଖୁବ୍ କମ୍ ବୟସରେ ଏମିତି ଅବେଳାରେ ହଠାତ ଗତକାଲି ୧୮/୦୨/୨୦୨୬ ତାରିଖ ଦିନ ପୁରୀ ଡ଼ାକ୍ତରଖାନାରେ ତାଙ୍କର ଅକାଳ ବିୟୋଗ ହୋଇଯାଇଛି। ହଠାତ୍ ଚଳଚଞ୍ଚଳ ଏବଂ ହସହସ ମୁହଁର ମଣିଷଟି ସମସ୍ତଙ୍କୁ କନ୍ଦାଇ କନ୍ଦାଇ ଚାଲିଗଲା। ବ୍ରହ୍ମଗିରିର ଆଗାମୀ ଇତିହାସ ଭରତ ବେହେରାଙ୍କୁ ଛାଡ଼ି ଲେଖା ହେଲେ ତାହା ଅପୂର୍ଣାଙ୍ଗ ରହିଯିବ। ତାଙ୍କ ମୃତ୍ୟୁରେ ନହରପଦା ବଜାର ଏବଂ ସମଗ୍ର ବ୍ରହ୍ମଗିରି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଶୋକସନ୍ତପ୍ତ ପରିବାର ଓ ପରିଜନଙ୍କୁ ସମବେଦନା ଜଣାଉଛି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ