ବୋଡେନ ବ୍ଲକ ର ଏକ୍ସ କେଡର ଶିକ୍ଷକ ମାନଙ୍କ ଜାତୀୟ ପେନସନ ଯୋଜନା ଟଙ୍କା ହଡପ ଅଭିଯୋଗ, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କଲେ ଶିକ୍ଷକ ସମୂହ
ନୂଆପଡା, ଜିଲ୍ଲା ବୋଡେନ ବ୍ଲକର ପ୍ରାୟ ୪୭ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ନେସନାଲ ପେନସନ ସ୍କିମ ର ଜମା ହୋଇଥିବା ଟଙ୍କା ହଡପ ହୋଇଥିବନେଇ ଆଜି ପ୍ରାୟ ଚାଳିଶ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ରେଶ୍ୱର ମେହେର ଙ୍କ କହିବା ଅନୁସାରେ ଅପରାହ୍ନ ୩ ଟା ରେ ଅଫିସ କୁ ଆସି ବିଇଓ ଙ୍କୁ ଭେଟିବାକୁ ଉଦ୍ଦେଶ୍ୟ ରଖିଥିଲେ, ହେଲେ ବିଇଓ ଙ୍କ ପ୍ରକୋଷ୍ଠ ରେ ତାଲା ବନ୍ଦ ଥିବା ନଜର କୁ ଆସିଛି l ଏଣୁ ଶିକ୍ଷକ ମାନେ ତୀବ୍ର ଅଶନ୍ତୋଷ ପ୍ରକଟ କରିଛନ୍ତି l କେତେଜଣ ଶିକ୍ଷକ ଏ ବର୍ଷ କିଛି ମାସ ପରେ ଅବସର ନେବେ, ହେଲେ ସେ ମାନଙ୍କ ଆକାଉଣ୍ଟ ଶୂନ୍ୟ ହୋଇଯାଇ ନ ବର୍ଷର ଟଙ୍କା ଜମା ହୋଇ ନଥିବା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି l ବିଇଓ ଙ୍କୁ ଫୋନ ମଧ୍ୟମ ରେ ଯୋଗାଯୋଗ କରିବାରୁ ତାଙ୍କ ଆବଶ୍ୟକୀୟ କାଗଜ ପତ୍ର ଓ ପ୍ରାଣ କୀଟ ନଥିବା ପ୍ରକାଶ କରିଛନ୍ତି l ଅଫିସ କୁ ଆଜି ଯେଗଲାଲ ମାଝୀ, ବଇଦ ଦଲ,ଉଗରେସନ ମାଝୀ, ରୁକ୍ମଣ ଛାତ୍ରିଆ, ତୁଲାରାମ ସୁନାନୀ, ଅଚ୍ୟୁତା ବିଭାର, ତିଲକ ରାମ ଦଣ୍ଡସେନା, ସନ୍ତୋଷ ସିଂ, ଜୟନ୍ତ ରାଉତ,କ୍ଷୀରସିନ୍ଧୁ ମାଝୀ,ଚନ୍ଦ୍ରିକା ବାଗ, ଜଗବନ୍ଧୁ ମାଝୀ, ଦେବରାଜ ବେହେରା, ମୋହନ ଚିନ୍ଦା, ଉମା ବାଗ, ସଞ୍ଜୟ ନାୟକ, ନିତ୍ୟାନନ୍ଦ ସଲମା,ତରଚନ୍ଦ ତାଣ୍ଡି, ତୁଲାରାମ ସୁନାନୀ, ମହେନ୍ଦ୍ର ମାଝୀ, ଭକ୍ତରାମ ମାଝୀ, ଲିଙ୍ଗରାଜ ମାଝୀ, ସଞ୍ଜୟ ଦୁରିଆ, ଲିଙ୍ଗରାଜ ବେହେରା ସମେତ ଚାଳିଶ ରୁ ଉର୍ଦ୍ଧ୍ଵ ଶିକ୍ଷକ ଆସନ୍ତୋଷ ପ୍ରକାଶ କରି ଉଚ୍ଚ କର୍ତୃପକ୍ଷ ଙ୍କୁ ଜଣେଇ ବାକୁ ସଜବାଜ ହେଉଛନ୍ତି ାନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ
