June 17, 2026

୨୧ତମ ମାଁ ପାହାର ଭଣ୍ଡାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ବିଜେପୁରକୁ ହରାଇ ଗ୍ରୀଣ୍ଡୋଳ ଚମ୍ପିୟନ

IMG-20260219-WA0017
Share

 

ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହାତୀବନ୍ଧା ମିନି ଷ୍ଟାଡିୟମରେ ମାଁ ପାହାର ଭଣ୍ଡାର କ୍ରିକେଟ କ୍ଲବ୍ ଆନୁକୂଳ୍ୟରେ ୨୧ତମ ମାଁ ପାହାର ଭଣ୍ଡାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଅବସରରେ ସିନାପାଲି ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ମୀନା ଘିଭେଲା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ସିନାପାଲି ସମିତି ସଂଘ ସଭାପତି ମନୀଷ କୁମାର ପଟେଲ, ପୂର୍ବତନ ଜିଲ୍ଲାପରିଷଦ ଲିଙ୍ଗରାଜ ଘିଭେଳା, ପୂର୍ବତନ କ୍ରୀଡାବିତ ପବନ ଅଗ୍ରୱାଲ, ମେହର ସମାଜ ସଭାପତି ସୁରେଶ୍ୱର ମେହେର, ରମେଶ ଦୂବେ (ଭରୁଆମୁଣ୍ଡା ଉଚ୍ଚ ବିଦ୍ୟାଳୟ ଶିକ୍ଷକ),ଚିନ୍ତାମଣି ହଂସ(ଖେଳପ୍ରେମୀ), ବିରଞ୍ଚି ଜଗତ (ଭରୁଆମୁଣ୍ଡା ସରପଞ୍ଚ), କୃଷକ ମୋର୍ଚ୍ଚା ସଭାପତି ହରିଶ୍ କେତକୀ, ପ୍ରକାଶ ଚନ୍ଦ୍ର ପାତ୍ର, ବରିଷ୍ଠ ସାମ୍ବାଦିକ ଜଗନ୍ନାଥ ସାଗର, ସନ୍ତୋଷ କୁମାର ବାଗ, ଧର୍ମେନ୍ଦ୍ର କୁମାର ଗହିର, ବୁଢ଼ାରଜା କପ୍ ସମ୍ପାଦକ ପ୍ରେମଚାନ୍ଦ ବୈଠାରୁ ପ୍ରମୁଖ ଉପସ୍ଥିତ ଥିଲେ ।

ରୋମାଞ୍ଚକର ଫାଇନାଲ ମ୍ୟାଚ

ଉଦଯାପନୀ ଦିବସରେ ବିଜେପୁର ଓ ଗ୍ରୀଣ୍ଡୋଳ ଦଳ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ବିଜେପୁର ପ୍ରଥମେ ବ୍ୟାଟିଂ କରି ୧୫ ଓଭରରେ ସମସ୍ତ ୱିକେଟ ହରାଇ ୧୨୪ ରନ ସଂଗ୍ରହ କରିଥିଲା ।ଜବାବରେ ଗ୍ରୀଣ୍ଡୋଳ ଦଳ ଦମଦାର ପ୍ରଦର୍ଶନ କରି ୧୨.୪ ଓଭରରେ ୨ଟି ୱିକେଟ ହରାଇ ଲକ୍ଷ୍ୟ ପୂରଣ କରି ବିଜୟ ହାସଲ କରିଥିଲା । ଦଳର ସୁଦାମ ମାଝୀଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ଘୋଷଣା କରାଯାଇଥିଲା ।ବିଜୟୀ ଗ୍ରୀଣ୍ଡୋଳ ଦଳକୁ ନଗଦ ୩୦,୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା । ପରାଜିତ ବିଜେପୁର ଦଳକୁ ନଗଦ ୨୦,୦୦୦ ଟଙ୍କା ସହ ଟ୍ରଫି ଦିଆଯାଇଥିଲା ।ଖେଳ ପରିଚାଳନା ମଦନ ମୋହନ ଘିଭେଲା ଓ ହେମନ୍ତ କୁମାର କଟା କରିଥିଲେ । ଭାଷ୍ୟକାର ଭାବେ ପପିସ୍ ଛତ୍ରିଆ, ମଣ୍ଟୁ ତେଜି, ମହେଶ ଦୀପ, ନରେନ୍ଦ୍ର ନାଏକ ଓ ନରେଶ କୁମାର ମାଝୀ କାର୍ଯ୍ୟନିର୍ବାହ କରିଥିଲେ । କମିଟିର ସଭାପତି ସଞ୍ଜୟ ମେହେର ଓ ସମ୍ପାଦକ ପରମେଶ୍ୱର ମେହେରଙ୍କ ନେତୃତ୍ୱରେ ମୋହିତ ମେହେର, ହିତେଶ ମେହେର, ଜଗା ପଟେଲ, ଲଳିତ ବଗର୍ତ୍ତି, ଲୋକନାଥ ବେମାଲ, ରାଜୁ ମେହେର, ସାନ ଭୋଇ, ବାପି ବଛାଙ୍କ ସମେତ ଅନେକ ଖେଳପ୍ରେମୀ ମିଶି ଟୁର୍ଣ୍ଣାମେଣ୍ଟକୁ ସଫଳ କରିଥିଲେ ।ଏହି ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଖେଳାଳିମାନଙ୍କୁ ତାଙ୍କ ଦକ୍ଷତା ପ୍ରଦର୍ଶନର ଏକ ମଞ୍ଚ ଯୋଗାଇ ଦେଇଥିଲା ଏବଂ ଅଞ୍ଚଳରେ କ୍ରିକେଟ ପ୍ରତି ଆଗ୍ରହ ବଢ଼ାଇବାରେ ସହାୟକ ହୋଇଛି ।