November 23, 2024

ଏଲ. ଇ. ଡି ଦ୍ୱରା ଜନ ସାଧାରଣ ଙ୍କୁ ବନ ବିଭାଗ ପକ୍ଷରୁ ଅଲିଭ ରିଡଲେ ସୁରକ୍ଷା ସଚେତନତା

Share

ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା

ବନ ବିଭାଗ ପକ୍ଷରୁ ଅଲିଭ ରିଡଲେ ଙ୍କ ସୁରକ୍ଷା ନେଇ ଶନିବାର ଠାରୁ ଜନ ସଚେତନତା କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଛି l
ଡି ଏଫ ଓ ଅମ୍ଲାନ କୁମାର ନାୟକ ଙ୍କ ନିର୍ଦ୍ଧେଶକ୍ରମେ ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁ ଙ୍କ ପ୍ରତ୍ୟେକ୍ଷ ତତ୍ୱାବାଧାନ ଗଞ୍ଜାମ ସହର ବଡ଼ ବଡ ବଜାର, ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ର ବଟେଶ୍ଵର ଶୈବପୀଠ ଓ ରା୍ମଗଡ଼ ପଞ୍ଚାୟତ ର ଅଳେଶ୍ବର ଶୈବପୀଠ ମାନଙ୍କରେ ମହା ଶିବାରାତ୍ର ଯାଗର
ଯାତ୍ରା ଉପଲକ୍ଷେ ଜନ ଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ଏଲ ଇ ଡି ପରଦା ମାଧ୍ୟମରେ ଭିଡିଓ ପ୍ରଦର୍ଷିତ କରାଯାଇ ସାମୁଦ୍ରିକ କଇଁଚ ଙ୍କ ସୁରକ୍ଷା ସମ୍ଭନ୍ଧିତ ତଥ୍ୟ ଉପସ୍ଥାପନ କରାଯାଇଛି l
ସମ୍ପ୍ରତି ଉକ୍ତ ବିରଳ ପ୍ରଜାତିର କଇଁଚ ମାନଙ୍କ ପ୍ରଯଜନ ଋତୁ ରହିଛି l ଆଉ କିଛିଟା ଦିନ ମଧ୍ୟରେ ଋଷିକୁଲ୍ୟା ମୁହାଁଣ ବିସ୍ତିର୍ଣ ସମୁଦ୍ର ବେଳାଭୂମିରେ ସାମୂହିକ ଗଣ ଅଣ୍ଡାଦାନ ହେବାର ଆଶା କରାଯାଉଛି l ଗତ ବର୍ଷ ରେକର୍ଡ ସଂଖ୍ୟକ 5ଲକ୍ଷ 50ହଜାରୁ ଉର୍ଦ୍ଧ ଅଲିଭ ରିଡଲେଙ୍କ ଗଣ ଅଣ୍ଡାଦାନ ହୋଇଥିବା ରେକର୍ଡ କରାଯାଇଛି l ଚଳିତ ବର୍ଷ ବେଳାଭୂମି ସାମୂହିକ ଅଣ୍ଡାଦାନ ପାଇଁ ଠିକ ରହିଛି l ଯାହାକୁନେଇ ଗତ ବର୍ଷ ଅପେକ୍ଷା ଅଧିକ ସଂଖ୍ୟକ ଗଣ ଅଣ୍ଡାଦାନ ହେବାର ଆଶା କରାଯାଉଛି l
ଯାହାକୁ ନେଇ ଉକ୍ତ ସାମୁଦ୍ରିକ କଇଁଚ ସୁରକ୍ଷା ଓ ସୁରକ୍ଷିତ ଗଣ ଅଣ୍ଡାଦାନ କୁ ନେଉ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି l ଗଞ୍ଜାମ ଜିଲ୍ଲାରେ 52 କିଲୋମିଟର ସମୁଦ୍ର ଉପକୂଳ ରେ 28 ଗ୍ରାମ ରହିଛି l ଉକ୍ତ ସମୁଦ୍ର ଉପକୂଳବର୍ତ୍ତି ଇଲାକା ମାନଙ୍କରେ ଜନ ସଚେତନତା ସୃଷ୍ଟି କରିବା ଲାଗି
ବନ ବିଭାଗ ତରଫରୁ ଉଦ୍ୟମ କରାଯାଉଛି l
ଫଳରେ ଜିଲ୍ଲା ପ୍ରଶାସନ, ପରିବେଶ ବିତ, ସ୍ଥାନୀୟ ଅଞ୍ଚଳବାସୀ ଓ ବିଭିନ୍ନ ବିଭାଗ ର ସହଯୋଗ କମନା କରାଯାଉଛି l
ରମ୍ଭା ଫରେଷ୍ଟର ଅବିନାଶ ଚୌଧୁରୀ,ବନରକ୍ଷୀ ମାଧବ ବେହେରା, ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ରବିନ୍ଦ୍ରନାଥ ସାହୁ ପ୍ରମୁଖ ଙ୍କ ସହ ବନ ବିଭାଗ କର୍ମଚାରୀ ମାନେ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଜନ ସଚେତନତା
ସୃଷ୍ଟି କରିବା ପାଇଁ ଗ୍ରସ୍ଥ କରୁଛନ୍ତି l