May 11, 2026
IMG-20250119-WA0017
Share

 

ବୋଲଗଡ଼,(ଉପାନ୍ତ ଖବର) ଆମ୍ବଗଛ ରେ ବଉଳ ଧରିବା ଏକ ସୁନ୍ଦର ସଙ୍କେତ ଦେଇ ଥାଏ।ଯେବେ ଆମ୍ବ ଗଛରେ ଆସେ ବଉଳ, ସବୁଜ ଦେଖାଯାଉଥିବା ଆମ୍ବଗଛର ଆମ୍ବ ଡାଳରେ ହଳଦୀ ରଙ୍ଗର ଆମ୍ବ ବଉଳ ପେନ୍ଥା ପେନ୍ଥା ହୋଇ ଝୁଲୁଥାଏ ଯାହାକି ପ୍ରକୃତି ପ୍ରେମୀ ଓ ଭାବୁକ ମନରେ ଆଣିଦେଇଥାଏ କବିତାର ଝଲକ।

ଛଅ ଋତୁରୁ ଚାରି ଋତୁ ଯିବାପରେ ଆସିଥାଏ ଶୀତ ଓ ବସନ୍ତ ଋତୁ ଏହି ବସନ୍ତ ଋତୁର ଆଗମନରେ ହସି ଉଠୁଥାଏ ପ୍ରକୃତି ରାଣୀ। ପ୍ରଥମ ଆମ୍ବ ବଉଳର ମହ ମହ ବାସ୍ନା ଓ ମୃଦୁ ମଳୟ ସାଙ୍ଗକୁ ଆମ୍ବ ଡାଳରେ କୋଇଲିର କୁହୁ କୁହୁ ରାବ ପରିବେଶ କୁ ଉନ୍ମାଦନା ସୃଷ୍ଟି କରିବା ସହିତ ପ୍ରକୃତି ରାଣୀର ସୋଭା ମନମୁଗ୍ଧକର ଉନ୍ମାଦନା ସୃଷ୍ଟି କରିଥାଏ।

ଏହି ଆମ୍ବ ବଉଳ ବସନ୍ତ ଋତୁକୁ ସ୍ୱାଗତ କରିବା ସହିତ ଜୀବନକୁ ମଧ୍ୟ ସ୍ୱାଗତ କରିଥାଏ। ଏବଂ ଏହି ବଉଳ ଆସନ୍ତା ଭବିଷ୍ୟତକୁ ସ୍ୱାଗତ କରିଥାଏ। ଏହି ବଉଳ ଜୀବନ ଜୀବିକାର ଆଧାର ହୋଇଥାଏ। ଜଦି ଆମ୍ବ ଗଛରେ ଭଲ ବଉଳ ଆସେ ନିଶ୍ଚିତ ଭାବରେ ଭଲ ଆମ୍ବ ମଧ୍ୟ ଆସିଥାଏ। ଯାହାକି ବିଭିନ୍ନ ଜାତି ଜାତିଆ ଆମ୍ବକୁ ଚାଷୀ ସଂଗ୍ରହ କରି ବଜାରରେ ବିକ୍ରୀ କରି ନିଜର ପରିବାର ପୋଷଣ କରିଥାନ୍ତି।ଏହା ଖାଲି ଯେ ମଣିଷ ପ୍ରତିପୋଷଣ ହୋଇଥାଏ ତାନୁହେଁ ପଶୁ ପକ୍ଷୀ ଜୀବ ଜନ୍ତୁ ମନକୁ ମଧ୍ୟ ଚଳଚଞ୍ଚଳ କରିଦେଇଥାଏ ଏହି ଆମ୍ବ ଗଛର ବଉଳ।

 

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)