May 11, 2026

ପୁରୀ ଗୌର ବିହାର ଆଶ୍ରମ ରେ ଅମୃତ ମହୋତ୍ସବ ଉଦଯାପିତ, ମହନ୍ତ ସୁବଳ ଚରଣ ଦାସଙ୍କ ୭୫ ତମ ଜୟନ୍ତୀ ପାଳିତ,

IMG-20250119-WA0004
Share

 

ପୁରୀର ସୁପ୍ରଶିଦ୍ଧ ଆଧ୍ୟାତ୍ମିକ ପର୍ଯ୍ୟଟନ ସ୍ଥଳ ଗୌର ବିହାର ଆଶ୍ରମ (ମାତା ମଠ ) ପରିସରରେ ନବଦିନାତ୍ମକ ଅମୃତ ମହୋତ୍ସବ ସହିତ ମହନ୍ତ ସୁବଳ ଚରଣ ଦାସଜୀ ମହାରାଜଙ୍କ ୭୫ ତମ ଜୟନ୍ତୀ ଉତ୍ସବ ଆୟୋଜିତ ହୋଇଥିଲା |ଏହି ଅବସରରେ ନବଦିନାତ୍ମକ ଅହୋରାତ୍ର ନାମ ସଂକୀର୍ତନ, ହୋମ, ଘୃତ ଯଜ୍ଞ ହେବା ସହ ଶନିବାର ଉଦଯାପିତ ହୋଇଥିଲା |ମହନ୍ତ ସୁବଳ ଚରଣ ଦାସଜୀ ମହାରାଜଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉତ୍ସବ ରେ ହରି ହରାନନ୍ଦ ଗୁରୁକୁଳମ ର ମୁଖ୍ୟ ସ୍ୱାମୀ ପ୍ରଜ୍ଞାନାନନ୍ଦ ଗିରୀ ଜୀ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୁରୁ ପରମ୍ପରା ଏବଂ ସୁବଳ ମହାରାଜଙ୍କ ତ୍ୟାଗ କିଭଳି ଜଙ୍ଗଲ ମଧ୍ୟରେ ଥିବା ମାତା ମଠ ପରିସରରେ ଭବ୍ୟ ଗୌର ବିହାର ଆଶ୍ରମ ଗଢି ଦେଶ ତଥା ବିଦେଶ ପର୍ଯ୍ୟଟନ ମାନଚିତ୍ର ରେ ସ୍ୱତନ୍ତ୍ର ସ୍ଥାନ ପାଇବାରେ ସକ୍ଷମ ହୋଇପାରିଛନ୍ତି |ଏହି ଉତ୍ସବ ରେ ସଂମ୍ମାନନିତ ଅତିଥି ଭାବରେ ଆସାମ ଏ ବି ଏସ ନିଗମାନନ୍ଦ ଆଶ୍ରମ ର ମୁଖ୍ୟ ମହନ୍ତ ଦିବ୍ୟାନନ୍ଦ ସରସ୍ବତୀ, ଋଷିକେଶ ର ମହନ୍ତ ଶଙ୍କରାନନ୍ଦ, ରାଧାବଲ୍ଲଭ ମଠର ମହନ୍ତ ରାମକୃଷ୍ଣ ଦାସ ଜୀ, ଉତ୍ତର ପାର୍ଶ୍ୱ ମଠର ମହନ୍ତ ନାରାୟଣ ରାମାନୁଜ ଦାସ, କଟକୀ ମଠର ମହନ୍ତ ବିଜୟ ନାରାୟଣ ରାମାନୁଜ ଦାସ, ନେବଳ ଦାସ ମଠର ମହନ୍ତ ଡ଼ା ରାମ ଚରଣ ଦାସ,ମହିପ୍ରକାଶ ମଠର ମହନ୍ତ ଶୁଭାନନ୍ଦ ପୁରୀ, ହାତୀ ଆଖଡ଼ା ମଠର ମହନ୍ତ ଶୁଖରାମ ଦାସ, ରାଧାକାନ୍ତ ମଠର ମହନ୍ତ କୃଷ୍ଣ ଗୋପାଳ ଦାସ,ସିଦ୍ଧ ବକୁଳ ମଠର ମହନ୍ତ ଶ୍ରୀନିବାସ ଦାସ,ଗୌର ବିହାର ଚାରିଟେବୁଲ ଟ୍ରଷ୍ଟ ର ସମ୍ପାଦକ ବାବା ଶ୍ୟାମାନନ୍ଦ ଦାସ ଜୀ, ମାତା ଲବଙ୍ଗ ମଞ୍ଜରୀ (ଝୁନା ), ପୁରୀର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ,ପୁରୀର ପୂର୍ବତନ ନଗର ପାଳ ଶାନ୍ତିଲତା ପ୍ରଧାନ,ଉତ୍କଳ ବିଦ୍ୱତ ପରିଷଦ ର ଅଧ୍ୟକ୍ଷ ମନୋଜ ରଥ,ରାଜ୍ୟ ବିଜେପି ନେତ୍ରୀ ରଞ୍ଜିତା ପାଢ଼ୀ, ଡ଼ା ଶରତ ମହାନ୍ତି, ଡ଼ା ଆଶୁତୋଷ ମିଶ୍ର, ଲେଖକ ବଦ୍ରି ମିଶ୍ର,ରାୟ ରାମାନନ୍ଦ ପରିବାର ର ଦିଲ୍ଲୀପ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଗୌର ବିଭୁତି ନାମକ ପୁସ୍ତକ ଉନ୍ମୋଚନ କରିଥିଲେ |ଉତ୍ସବ ସ୍ଥଳରେ ମହନ୍ତ ସୁବଳ ମହାରାଜଙ୍କ ଦୀର୍ଘାୟୁ କାମନା କରି ପୁଷ୍ପ ମାଲ୍ୟ, ସଂମ୍ମାନ ପତ୍ର ସାମୁହିକ ଭାବେ ପ୍ରଦାନ କରାଯାଇଥିଲା |କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ହିନ୍ଦୀଦୈନିକ ସନମାର୍ଗ ର ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ |

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ