ଷ୍ଟୁଆର୍ଟ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ …

ଗଜପତି ଜିଲ୍ଲା ମୋହନା ସଦର ମହକୁମା ଲାଦୃମା ସ୍ଥିତ ଷ୍ଟୁଆର୍ଟ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ସହକାରୀ ଶିକ୍ଷୟତ୍ରୀ ଗୀତାଞ୍ଜଳୀ ଜତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ରିଡ଼ା ଉତ୍ସବରେ ମୁଖ୍ୟ ଅତିଥି ଭାବେ କଟକ ଡ଼ାଓଦିସ୍ ପରିଚାଳନା କମିଟି ସମ୍ପାଦକ ତଥା ଷ୍ଟୁଆର୍ଟ ସ୍କୁଲର ସମ୍ପାଦକ ଅଭୟ କୁମାର ହୋତା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କଟକ ଡ଼ାଓସିସର ଉପ ସଭାପତି ଆମ୍ଥିଏଲ୍ ମଣ୍ଡଳ, ହେଲ୍ପ ଏ ଚାଇଲ୍ଡ ଅନୁଷ୍ଠାନର ପ୍ରକଳ୍ପ ସଂଯୋଜକ ଗଜପତି ଲିମା ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ବିଭିନ୍ନ ପ୍ରକାର ପ୍ରତିଯୋଗୀତାରେ କୃତି ଛାତ୍ର ଛାତ୍ରୀମାନଙ୍କୁ ଉପସ୍ଥିତ ଅତିଥି ବୃନ୍ଦ ମାନପତ୍ର ସହ ପୁରସ୍କୃତ ପ୍ରଦାନ କରିଥିବା ବେଳେ ଏହି ଅବସରରେ କୁନି କୁନି ଛାତ୍ର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଆଶିଷ ମହାନ୍ତି, ଶିକ୍ଷୟିତ୍ରୀ ମଧୁସ୍ମିତା ଗମାଙ୍ଗ ଓ ମେରସି ଜତି ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମରେ ଅଭିଭାବକ ବୃନ୍ଦ ଯୋଗ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ l