ରେଲୱେ ଷ୍ଟେସନ ର ନାମ ପରିବର୍ତ୍ତନ, ବୋଲଗଡ଼ ପରିବର୍ତ୍ତେ ମାଣିକାଗୋଡା ରେଲୱେ ଷ୍ଟେସନ ନାମରେ ନାମିତ।
ବୋଲଗଡ଼,(ଉପାନ୍ତ ଖବର): ବୋଲଗଡ଼ ସଦର ଠାରୁ
ନୟାଗଡ଼ ରେଳ ଷ୍ଟେସନ ଆଡକୁ ଯାଇଥିବା ପ୍ରାୟତଃ ୩/୪ କିମି ଦୂରରେ ଅବସ୍ଥିତ ବୋଲଗଡ଼ ରୋଡ଼ ଷ୍ଟେସନ ନାମକୁ ପରିବର୍ତ୍ତନ କରାଯାଇ ନୂତନ ନାମରେ ନାମିତ କରାଯାଇ ଅଛି।ଏହି ନୂତନ ଷ୍ଟେସନର ନାମ ଗୁରୁବାର ଠାରୁ ମାଣିକାଗୋଡା ରେଲୱେ ଷ୍ଟେସନ ନାମରେ ନାମିତ ହୋଇଅଛି। କେନ୍ଦ୍ର ରେଳ ବିଭାଗ ନିକଟରେ ଅଂଚଳ ବାସୀଙ୍କର ବହୁ ଦିନର ଦାବୀ ଥିଲା ଯେ ବୋଲଗଡ଼ ରୋଡ଼ ଷ୍ଟେସନ ନାମ ପରିବର୍ତ୍ତନ କରାଯାଇ ଏହାର ନୂତନ ନାମ କରଣ କରାଯାଉ। ତେବେ ବହୁ ପ୍ରତିକ୍ଷାର ଅନ୍ତ ଘଟାଇବା ସହ କେନ୍ଦ୍ର ସରକାରଙ୍କ ରେଳ ବିଭାଗ ଏହି ଦାବୀକୁ ସାକାର କରିଛନ୍ତି ଓ ଏହାର ନୂତନ ନାମ ମାଣିକାଗୋଡା ରେଲୱେ ଷ୍ଟେସନ ଭାବେ ଘୋଷଣା କରିଛନ୍ତି।ଏହି ପରିପ୍ରେକ୍ଷୀରେ ପୁରାତନ ଫଳକ ନାମ ପରିବର୍ତନ ଓ ନୂତନ ନାମ କରଣ ପୋଷ୍ଟ ନିକଟରେ ଦଳାଇସାହି ସରପଞ୍ଚ ସତ୍ୟଭାମା ଦେଇ ଓ ସମିତି ସଭ୍ୟା ମନସ୍ମିତା ଦଳାଇ ଧୂପ ଦୀପ ଓ ନଡ଼ିଆ ପୂଜା କରି ନୂତନ ଫଳକ ପୋଷ୍ଟର ଶୁଭ ଉଦଘାଟନ କରିଥିଲେ।ବିଳମ୍ବରେ ହେଉ ପଛେ ନାମ ପରିବର୍ତ୍ତନ ଦାବୀକୁ ରେଳବିଭାଗ ପୂରଣ କରିଥିବା ସହିତ କେନ୍ଦ୍ର ସରକାରଙ୍କ ଏତାଦୃଶ କାର୍ଯ୍ୟକୁ ଅଂଚଳ ବାସୀଙ୍କ ପକ୍ଷରୁ ଭୁଇଅଶୀ ପ୍ରସଂଶା କରିବା ସହ ସ୍ଥାନୀୟରେ ଖୁସି ପ୍ରକଟ କରାଯାଇଛି।
(ସୁଶାନ୍ତ କୁମାର ପ୍ରଧାନ)