ଆଜିର ଖବର…
╭─────────────────────╮
🌄ସକାଳର , ୧୯-ଜାନୁଆରୀ-୨୦୨୪, ଶୁକ୍ରବାର
╰─────────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-5T ଉପକ୍ରମରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ଯୋଜନାରେ ପୁରୀକୁ ଗଡିଲା ଜଗନ୍ନାଥ ଏକ୍ସପ୍ରେସ । ପରିକ୍ରମା ପ୍ରକଳ୍ପ ଦେଖିବାର ସୁଯୋଗ ପାଇବେ ଦୂରଦୂରାନ୍ତର ଶ୍ରଦ୍ଧାଳୁ, ପ୍ରଥମ ପର୍ଯ୍ୟାୟରେ ୧୨ଟି ଜିଲ୍ଲା ସାମିଲ l ମା’ମାନଙ୍କ ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍ରେ ଟିକେଟର ମୂଲ୍ୟ ମାତ୍ର ୫୦ ପ୍ରତିଶତ ରହିବ।
➡️୨-ଅଯୋଧ୍ୟାରେ ବୈଦିକ ବିଧି ଅନୁଯାୟୀ ଗର୍ଭଗୃହରେ ସ୍ଥାପନ ହେଲା ରାମଲାଲାଙ୍କ ମୂର୍ତ୍ତି l ଗର୍ଭଗୃହରୁ ଆସିଲା ରାମଲଲାଙ୍କ ପ୍ରଥମ ଫଟୋ । ଆସନ୍ତାକାଲି ହେବ ମୂର୍ତ୍ତିର ଅନାବରଣ । ୪ ଘଣ୍ଟାର ପୂଜା ପରେ ଭଗବାନ ଶ୍ରୀରାମଙ୍କ ମୂର୍ତ୍ତି ନୃତ୍ୟ ମଣ୍ଡପରେ ପହଞ୍ଚିଥିଲା।
➡️୩-କଡା କଟକଣା ଲଗାଇଲେ କେନ୍ଦ୍ରସରକାର । ଏଣିକି ୧୬ବର୍ଷରୁ କମ ବୟସର ପିଲା ଯାଇପାରିବେନି କୋଚିଂ ସେଂଟର l ମାଧ୍ୟମିକ ଶିକ୍ଷା ସମାପ୍ତ ପରେ ଯାଇପାରିବେ କୋଚିଂ ସେଂଟର l
➡️୪-ଜାନୁଆରୀ ୨୨ ତାରିଖରେ ଅଧା ଦିନ ଛୁଟି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଘୋଷଣା କଲେ କେନ୍ଦ୍ର ସରକାର l ସେପଟେ ଛତିଶଗଡ, ମଧ୍ୟପ୍ରଦେଶ, ଗୋଆ, ହରିଆଣା, ଉତ୍ତର ପ୍ରଦେଶ ସରକାର ୨୨ରେ ସମସ୍ତ ଶିକ୍ଷାନୁଷ୍ଠାନକୁ କଲେ ଛୁଟି ଘୋଷଣା l
➡️୫-ଜମୁଛି ବରଗଡ ଧନୁଯାତ୍ରା, ଗୋପପୁରରେ କୃଷ୍ଣଙ୍କ ହାତରେ ରାକ୍ଷସ-ରାକ୍ଷସୀ ବଦ୍ଧ l ଆଜି ଧନୁଯାତ୍ରାର ପଞ୍ଚମ ଦିନରେ କୃଷ୍ଣ ବଳରାମଙ୍କ ବାଲ୍ୟଲିଳା,ଜମଲାର୍ଜୁନ ଭଞ୍ଜନ,କାଳିୟ ଦଳନ ଏବଂଗୋପିଙ୍କ ଦଧିବିକା ଦୃଶ୍ୟ ଅଭିନିତ ହେବ l
➡️୬-ଆସନ୍ତା ୨୦ ତାରିଖରେ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ଉଠାଦୋକାନ ଏବଂ ଭେଣ୍ଡିଂଜୋନ୍ ବନ୍ଦ ରହିବ। ପ୍ରତିବର୍ଷ ଜାନୁଆରୀ ୨୦କୁ ଦେଶରେ ଜାତୀୟ ଉଠାଦୋକାନୀ ଦିବସ ଭାବେ ପାଳନ କରାଯାଇଥାଏ।
➡️୭-WhatsApp ରେ ଖୁବ ଶୀଘ୍ର ଆସିଯିବ ଓନରସିପ ଟ୍ରାନ୍ସଫର କରିବାର ଅଦ୍ଭୁତ ଫିଚର l ନୂଆ ଫିଚର ଅନୁସାରେ ଏଣିକି ୟୁଜର୍ସ ନିଜ ହ୍ଵାଟ୍ସଆପ ଆକାଉଣ୍ଟ ର ମାଲିକ ଆଉ କାହାକୁ ମଧ୍ୟ କରିପାରିବେ l
➡️୮-କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତିରେ ଆସିଲା ଅନିୟମିତତା ଅଭିଯୋଗ । ଓସେଫା ଅଫିସ ଆଗରେ ଶହ ଶହ ପରୀକ୍ଷାର୍ଥୀଙ୍କ ଜମିଲା ଭିଡ଼ l କେଉଁ ଆଧାରରେ ନିଯୁକ୍ତି ଦିଆଯାଇଛି, ନଜଣାଇଲେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଚେତାବନୀ ଦେଲେ ଚାକିରି ଆଶାୟୀ ।
➡️୯-ଗୋପାଳପୁର ବେଳାଭୂମିରେ ଚଳିତ ବର୍ଷ ଜାନୁଆରୀ ୨୫ ତାରିଖ ଠାରୁ ୪ ଦିନ ବ୍ୟାପି ଅନୁଷ୍ଠିତ ହେବ ଗୋପାଳପୁର ବେଳାଭୁମି ମହୋତ୍ସବ।
➡️୧୦-ଆଜି ବଡ଼ ପରଦାକୁ ଆସୁଛି ଦୁଇଟି ଚର୍ଚ୍ଚିତ ଫିଲ୍ମ ‘ମେଁ ଅଟଲ ହୁଁ’ ଓ ‘ସିକ୍ସ-ନାଇନ୍-ଫାଇଭ୍(୬-୯- ୫)’। ‘ମେଁ ଅଟଲ ହୁଁ’ ପୂର୍ବତନ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜୀବନୀକୁ ନେଇ ନିର୍ମାଣ ହୋଇଥିବା ବେଳେ ‘ସିକ୍ସ-ନାଇନ୍-ଫାଇଭ୍’ରେ ରାମ ମନ୍ଦିର ପ୍ରତିଷ୍ଠା ପଛର ୩ଟି ପ୍ରମୁଖ ତାରିଖକୁ ନେଇ ହୋଇଛି ପ୍ରସ୍ତୁତ l
➡️୧୧-ଜାନୁଆରୀ ୨୨ରେ ରାମ ମନ୍ଦିର ଉଦଘାଟନ ପରେ ଭାରତୀୟ ରେଳ ପକ୍ଷରୁ ସ୍ୱତନ୍ତ୍ର ‘ଆସ୍ଥା’ ଟ୍ରେନ୍ ଚଳାଚଳ କରିବ। ଏହି ଟ୍ରେନ୍ ଗୁଡ଼ିକ ଦେଶର ୬୬ଟି ଭିନ୍ନ ଭିନ୍ନ ସ୍ଥାନ ସହ ଅଯୋଧ୍ୟା କୁ ସଂଯୋଗ କରିବ। ରାମ ମନ୍ଦିର ଉଦଘାଟନ ସମାରୋହ ପରେ ୧୦୦ ଦିନ ପର୍ଯ୍ୟନ୍ତ ବିଭିନ୍ନ ସହରରୁ ଏହି ଟ୍ରେନଚଳାଚଳ କରିବ ।
➡️୧୨-କଂଗ୍ରେସର ପ୍ରେସମିଟ୍ କଟକଣା। ବିନା ଅନୁମତିରେ ଦଳର କୌଣସି ନେତା ସାମ୍ବାଦିକ ସମ୍ମିଳନୀ କରିପାରିବେ ନାହିଁ ବୋଲି ବିଜ୍ଞପ୍ତି ଜାରି କଲା କଂଗ୍ରେସ ।
➡️୧୩-ଅଯୋଧ୍ୟା ଦର୍ଶନ ପାଇଁ ରାଜ୍ୟର ୬ ଜିଲ୍ଲାରୁ ହେଲିକ୍ୟାପ୍ଟର ସେବା ଆରମ୍ଭ କରିବେ ଉତ୍ତର ପ୍ରଦେଶ ସରକାର।
➡️୧୪-ଛତିଶଗଡ ଓ ଓଡିଶାରେ ପୁଣି ବଡ ଆଇଟି ରେଡ୍ । ବିଶିଷ୍ଟ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିୟାଙ୍କ ବିଭିନ୍ନ ଠିକଣାରେ ଆୟକର ବିଭାଗର ଚଢଉ ।
➡️୧୫-ଅଯୋଧ୍ୟରେ ବୁଲୁଥିବା ୩ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ପୁଲିସ୍। ଚେକିଂ ବେଳେ ୟୁପି ଏଟିଏସ୍ ୩ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା ଚଳାଇଥିବା ଉତ୍ତରପ୍ରଦେଶ ଡିଜି ଦେଲେ ସୂଚନା l
➡️୧୬-ଅଷ୍ଟ୍ରେଲିଆରେ ୧୫୦ଏକର ଜାଗାରେ, ୬୦୦କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ୭୨୧ଫୁଟ ଉଚ୍ଚତା ବିଶିଷ୍ଟ ବିଶ୍ବର ସବୁଠୁ ଉଚ୍ଚ ରାମ ମନ୍ଦିର l
➡️୧୭-ଗୁଜୁରାଟ ବଦୋଦରା ନିକଟ ହରନୀ ହ୍ରଦରେ ବଡ ଅଘଟଣ । ବୋଟ୍ ଓଲଟି ଯିବାରୁ ୧୬ ସ୍କୁଲ ଛାତ୍ରଛାତ୍ରୀ ଓ ୨ ଶିକ୍ଷକଙ୍କ ମୃତ୍ୟୁ ।
➡️୧୮-ଆସନ୍ତା ଜାନୁୟାରୀ ୨୫ ତାରିଖରୁ ଆରମ୍ଭ ହେବ ଭାରତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ । ଉଭୟ ଦଳ ମଧ୍ୟରେ ୫ଟି ଟେଷ୍ଟ ଖେଳାଯିବ l ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ସିରିଜର ସିଧାପ୍ରସାରଣ ‘Sports 18’ରେ ଦେଖିପାରିବେ ଦର୍ଶକ ।
➡️୧୯-ଚଳିତ ରଣଜୀ ଟ୍ରଫି ସିଜନରେ ଓଡ଼ିଶା ଏହାର ତୃତୀୟ ମ୍ୟାଚ ଆଜିଠାରୁ ଜମ୍ମୁ-କଶ୍ମୀର ବିପକ୍ଷରେ ଖେଳିବ। କଟକସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯିବ।
➡️୨୦-ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଆଜି ଖେଳାଯିବ କୋଲକାତା ଡର୍ବି। ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ମୋହନବାଗାନ ସୁପର ଜାଏଣ୍ଟ୍ସ ଓ ଇଷ୍ଟ ବେଙ୍ଗଲ ଏଫ୍ସି। ଏହି ମ୍ୟାଚ୍ ଉଭୟ ଦଳ ପାଇଁ କ୍ୱାର୍ଟର ଫାଇନାଲ ସଦୃଶ। ଯେଉଁ ଦଳ ବିଜୟୀ ହେବ ସେ ସେମି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବ।
➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।