March 13, 2026

ପିପୁଲ୍ସ କଲେଜର ୩୮ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ

IMG-20230119-WA0005
Share

ବୁଗୁଡା : ତା ୧୯/୦୧/୨୩ : ସ୍ଥାନୀୟ ପିପୁଲ୍ସ କଲେଜର ୩୮ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ରଜନୀ କାନ୍ତ ଦାଶ କ୍ରୀଡା ପତାକା ଉତ୍ତୋଳନ କରିବା ପରେ ପ୍ରତିଯୋଗୀଙ୍କ ଶପଥ ପାଠ କରାଯାଇଥିଲା । ଉକ୍ତ ବାର୍ଷିକ କ୍ରୀଡା ଅବସରରେ ଦୌଡ, ଲଙ୍ଗଜମ୍ପ୍, ହାଇଜମ୍ପ୍, ତ୍ରିପଲ୍ ଜମ୍ପ୍, ସଟପୁଟ୍ ଥ୍ରୋ, ହାମାର ଥ୍ରୋ, ମ୍ୟୁଜିକ୍ ଚେୟାର, ଫ୍ଯାନ୍ସି ଡ୍ରେସ୍ ଆଦି ପ୍ରତିଯୋଗିତା ଆୟୋଜିତ ହୋଇ କୃତି ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା ।କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ରଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ପ୍ରତିଯୋଗିତା ଗୁଡିକୁ କ୍ରୀଡା ଶିକ୍ଷକ ଶ୍ରୀନିବାସ ଦୋରା ଓ ବିଶ୍ବେଶ୍ବର ଗିରି ପରିଚାଳନା କରି କୃତି ପ୍ରତିଯୋଗୀଙ୍କୁ ଚୟନ କରିଥିବା ବେଳେ ଜଗନ୍ନାଥ ମହାନ୍ତି ଓ ରବିନ୍ଦ୍ର ବେହରା ପ୍ରମୁଖ ଏଥିରେ ସକ୍ରିୟ ସହଯୋଗ କରିଥିଲେ । ପରିଶେଷରେ ଅଧ୍ଯାପକ ପ୍ରଭଞ୍ଜନ ମୁନି ଧନ୍ୟବାଦ ଅର୍ପଣ କରିଥିଲେ ।