April 29, 2026

ଉମରକୋଟ ରେ ଧାନ ମଣ୍ଡି ଉଧଘ।ଟିତ……….

IMG-20251218-WA0020
Share

 

 

ଉମରକୋଟ :-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ଠରେ ଆଜି ଖରିଫ ଧାନ ମଣ୍ଡି ଉଦଘାଟିତ ହୋଇଛି। ଉମରକୋଟ ସ୍ଥିତ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣ ରୁ ଆଜି ଧାନ ମଣ୍ଡି ଆରମ୍ଭ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଖରିଫ ଧାନ ମଣ୍ଡିର ଶୁଭ ଆରମ୍ଭ କରିଛନ୍ତି। ଜିଲ୍ଲାରେ ୨୦୨୫-୨୬ ଖରିଫ ବର୍ଷ ପାଇଁ ୫୮ ଟି ଧାନ ମଣ୍ଡି ଖୋଲା ଯାଉଛି। ମଣ୍ଡି ମାନଙ୍କରେ ଧାର୍ଯ୍ୟ ହୋଇଥିବା ଦିନ ଅନୁଯାୟୀ ଧାନ କ୍ରୟ ଓ ବିକ୍ରୟ ୧୩ଗୋଟି ଲ୍ୟାମ୍ପସ ୨ଟି ପାଣି ପଂଚାୟତ ଓ ୩୭ଟି ମହିଳା ସ୍ୱୟଂ ସହାୟିକା ଦଳ ଜରିଆରେ କରାଯିବ। ଚଳିତ ବର୍ଷ ସରକାର ଏଫ କ୍ୟୁ ମାନ ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ ସହ କ୍ୟୁଣ୍ଟାଲ ପିଛା ପ୍ରୋତ୍ସାହନ ରାଶି ବା ଇନପୁଟ ଆସିଷ୍ଟାଣ୍ଟ ୭୩୧ଟଙ୍କା ଦେବା ନିମନ୍ତେ ଧାର୍ଯ୍ୟ କରିଛନ୍ତି।ଚଳିତ ବର୍ଷ ଜିଲ୍ଲାରେ ୧୪ଲକ୍ଷ ୮୮ହଜାର କ୍ୟୁଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଅନ୍ୟ ପଟେ କଟନୀ ଛଟନି ଆମ ସରକାର ରେ ନାହିଁ, ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସୁରୁ ଖୁରରେ ମଣ୍ଡି ଚଲିବ। ଚାଷୀ ମାନଙ୍କୁ ଅନୁରାଧା କରୁଛି faq ମାନ ର ଧାନ ଅଣିବେ।ଚାଷୀ ଯେପରି ସହଜ ସୁବିଧା ରେ ମଣ୍ଡିରେ ଧାନ ବିକ୍ରି କରିବେ ଏହାକୁ ଧ୍ୟାନରେ ରଖି ଧାନ ମଣ୍ଡି କୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ମନ୍ତ୍ରୀ ଶ୍ରୀ ଗଣ୍ଡ ନିର୍ଦେଶ ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ମିଲ ମଲିକ ମଣ୍ଡିରୁ ଧାନ ଉଠାଇବାକୁ ସରକାର ବା ପ୍ରଶାସନ ଙ୍କ ସହିତ ଏଗ୍ରିମେଣ୍ଟ କରିନାହାନ୍ତି, ଏହି ବିଷୟ ରେ ଜିଲ୍ଲାପାଳ ଓ ମିଲ ମଲିକ ଙ୍କ ସହ ଆଲୋଚନା ହୋଇଛି ସେମାନେ ଅତି ଶୀଘ୍ର ଧାନ ଉଠାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଏହି ସମୟରେ ରାଜ୍ୟ ବିଜେପି ଉପ ସଭାପତି ରମେଶ ଚନ୍ଦ୍ର ସାହୁ,ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପାଢ଼ୀ, ସାଂସଦ ପ୍ରତିନିଧି ରାମ ନାୟକ, ଉମରକୋଟ ବ୍ଲକ ଅଧକ୍ଷା, ସୁଶୀଳା ମାଝୀ, ପୌର ଅଧକ୍ଷା ରାଧା ଭତ୍ରା, ପୂର୍ବତନ ପୌର ପରିଷଦର ଅଧକ୍ଷ ପି . ରାବଣ। ରାଓ, ଉମରକୋଟ ବ୍ଲକ ଉନ୍ନୟନ ଅଧିକାରୀ ମନୋଜ କୁମାର ମେହେର ଯୋଗାଣ ନିରୀକ୍ଷକ ସୁନିଲ କୁମାର ଜେନା, ଲ୍ୟାମ୍ପ ନିର୍ଦେଶକ ଅସିତ୍ କୁମାର ରାୟ ଓ ମିଲ ମାଲିକ ପ୍ରଶାନ୍ତ ଦାସ, ରାଜେଶ୍ ର।ଓ,

ଚୀନ। ବାବୁ ପ୍ରମୁଖ ମିଲର ଉପସ୍ଥିତ ଥିଲେ।

You may have missed