April 26, 2026

କଟକ ପୋତାପୋଖରୀ ନୂଆବଜାର ରେ ନବମବାର୍ଷିକ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ..

IMG-20251218-WA0016
Share

           ତିର୍ତ୍ତୋଲା, ଜଗନ୍ନାଥ ଭକ୍ତସମାଜ ଆନୁକୂଲ୍ୟରେ, କଟକ ପୋତାପୋଖରୀ, ନୂଆବଜ଼ାର ସ୍ଥିତ ନେତାଜୀ ଖେଳପଡିଆ ରେ ଗତ 15 ତାରିଖ ସୋମବାର ଠାରୁ ଆରମ୍ଭ ହୋଇଥିବା, ନବମବାର୍ଷିକ ଜଗନ୍ନାଥ ପାଞ୍ଚରାତ୍ର ମହୋତ୍ସବ ଓ ମହାପ୍ରଭୁ ଜଗନ୍ନାଥଙ୍କ ଚବିଶବେଶ ପ୍ରଦର୍ଶନ, ଓ ପ୍ରତ୍ୟେହ ପ୍ରାତଃ ସମୟରେ ପ୍ରଶିକ୍ଷଣ ଶିବିର ଆଦି ଆଧ୍ୟାତ୍ମିକ, ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହେଉଅଛି l ଏହି ଅବସରରେ ଆୟୋଜିତ ତୃତୀୟ ସନ୍ଧ୍ୟାରେ ଅନୁଷ୍ଠାନର ମାର୍ଗଦର୍ଶକ ତଥା ଧାରାବାହିକ ପ୍ରବକ୍ତା ବାବାଜୀ ସତ୍ୟାନନ୍ଦ ଦାସମହାରାଜ ଙ୍କ ସହିତ ଶ୍ରୀମନ୍ଦିର ପୁରୀ ର ମହାଭୋଇ ସେବକ ଅଶୋକ କୁମାର ମହାଭୋଇ, ପ୍ରାତଞ୍ଜଳି ଯୋଗ ସମିତି ସମ୍ପାଦକ ସତ୍ୟରଞ୍ଜନ ଷଡ଼ଙ୍ଗୀ, ଶ୍ରୀ ଜଗନ୍ନାଥ ପ୍ରଚାର ସମିତି ସମ୍ପାଦକ ପ୍ରଭାକର ମଲ୍ଲିକ, ସାରଳା ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ସଭାପତି ଇଂ ପ୍ରଭାକର ସ୍ୱାଇଁ, ପ୍ରଚାରସମିତି ର ସହସମ୍ପାଦକ ବୈକୁଣ୍ଠନାଥ ମହାପାତ୍ର, ସାରଳା ସଂସ୍କୃତିଗବେଷକ ରମାକାନ୍ତ ରାଉଳ,ମା ସାରଳା ଙ୍କ ଅଙ୍ଗଲାଗି ସେବକ ବିଶ୍ୱରଂଜନ ରାଉଳ ପ୍ରମୁଖ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ମଞ୍ଚାସିନ ହୋଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ନିତ୍ୟପୂଜକ ପଣ୍ଡିତ ବିଷ୍ଣୁନାରାୟଣ ପାଢ଼ୀ ଓ ପଣ୍ଡିତ ଦେବଦତ୍ତ ଦାସ ମଞ୍ଚମୁଖ୍ୟ ଚତୁର୍ଦ୍ଧାମୂର୍ତ୍ତି ଙ୍କ ଦ୍ୱାରା ପୁଷ୍ପାଞ୍ଜଳି ଅର୍ପଣ କରାଯିବା ପରେ ଅନୁଷ୍ଠାନ ତରଫରୁ ମହାରାଜ ଓ ଅତିଥି ମାନଙ୍କୁ ଉତ୍ତରୀୟ ଓ ମାଲ୍ୟାର୍ପଣ କରାଯାଇ ସମ୍ଭର୍ଦ୍ଧିତ କରାଯାଇ ଥିଲା l ଜଗନ୍ନାଥ ଭକ୍ତସମାଜ ର ସଭାପତି ଇଂ ପୂର୍ଣ୍ଣଚନ୍ଦ୍ର ସାହୁ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସଭାରେ ସ୍କନ୍ଧପୁରାଣ ବର୍ଣିତ ଶ୍ରୀ ଜଗନ୍ନାଥ ଙ୍କ ଲୀଳା, କ୍ଷେତ୍ରମହାତ୍ମ, ମହିମା ଓ ସମାଜଗଠନ କ୍ଷେତ୍ରରେ ମାର୍ଗଦର୍ଶନ ଉପରେ ତାତ୍ତ୍ୱିକ ଓ ତଥ୍ୟଭିତ୍ତିକ ବକ୍ତବ୍ୟ ପ୍ରଦାନ କରି ସମବେତ ସହସ୍ରାଧିକ ଭଗବତପ୍ରେମୀ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ l ତେବେ ଆସନ୍ତା ଉଣେଇଶ ତାରିଖ ଶୁକ୍ରବାର ଦିନ ଏହି ଜଗନ୍ନାଥ ପାଞ୍ଚରାତ୍ର ଉଦଯାପିତ ହେବ ବୋଲି ଅନୁଷ୍ଠାନର କର୍ମକର୍ତ୍ତା ମାନେ ସୂଚନା ପ୍ରଦାନ କରିଛନ୍ତି l ଏହି ଅନୁଷ୍ଠାନ ର ଅଧ୍ୟକ୍ଷ କିଶନଲାଲ ଭରତିଆ, କାର୍ଯ୍ୟକାରୀ ଅଧ୍ୟକ୍ଷ ଇଂ ପୂର୍ଣ୍ଣଚନ୍ଦ୍ର ସାହୁ, ସମ୍ପାଦକ ବୈକୁଣ୍ଠବିହାରୀ ମୁଦୁଲି, କୋଷାଧ୍ୟକ୍ଷ୍ ଅକ୍ଷୟ କୁମାର ସ୍ୱାଇଁ, ସଙ୍ଗଠନ ସମ୍ପାଦକ ନିରାକାର ମହାରଣା, ଓ ଯୁଗ୍ମ ସମ୍ପାଦକ ମନୋଜ ଘଡେଇ ଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିବାକ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର