June 21, 2026

କାର୍ତ୍ତିକ ପୂଜା ମେଢ ବିସର୍ଜନ 

IMG-20241118-WA0036
Share

 

ବୁଗୁଡା : ତା ୧୮/୧୧/୨୪ : ଚଳିତ ବର୍ଷ ବୁଗୁଡ଼ା ସହରର ବଡଦାଣ୍ଡ ସାହି, ଗୋପୀନାଥ ମନ୍ଦିର ପ୍ରାଙ୍ଗଣ ଓ ଅର୍ଣ୍ଣପୂର୍ଣ୍ଣାନଗର ଆଦି ତିନୋଟି ସ୍ଥାନରେ କାର୍ତ୍ତିକେଶ୍ଵରଙ୍କ ଆକର୍ଷଣୀୟ ପୂଜା ମେଢ ଦେଖିବାକୁ ମିଳିଥିଲା । ଏ ସମସ୍ତ ପୂଜା ମଣ୍ଡପ ସୁସଜ୍ଜିତ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସି ଉଠି ଦର୍ଶକଙ୍କୁ ଆକର୍ଷିତ କରୁଥିଲା। କାର୍ତ୍ତିକ ମାସର ପଞ୍ଚକ ପାଞ୍ଚ ଦିନ ଧୁମଧାମରେ ପୂଜା ଉତ୍ସବ ପାଳିତ ହୋଇଥିବା ବେଳେ ଅର୍ଣ୍ଣପୂର୍ଣ୍ଣା ନଗର ପୂଜା ମେଢର ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଠାକୁରଙ୍କ ରହଣି କାଳରେ ପୂଜା ମଣ୍ଡପଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ଅର୍ଣ୍ଣପୂର୍ଣ୍ଣାନଗର ପୂଜା କମିଟି ପକ୍ଷରୁ ଠାକୁର କାର୍ତ୍ତିକେୟଙ୍କୁ ବାଦ୍ୟ ବାଜଣା ସହ ବାଣ ଫୁଟାଇ ମେଲାଣି ଦିଆଯାଇ ପୁଷ୍କରିଣୀରେ ବିସର୍ଜନ କରାଯାଇଥିଲା।