November 18, 2024

ଉମରକୋଟ ଠାରେ ନୂତନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା…….

Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ବ୍ଲକର ନୂତନ ଭାବେ ସେବା ନିୟମିତ ହୋଇଥିବା ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଓ ନୂତନ ଭାବେ ନିଯୁକ୍ତ ଯୋଜନା ଭିତ୍ତିକ ଜୁନିୟର ଶିକ୍ଷକ ମାନଙ୍କୁ ଆଜି ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସ୍ଥାନୀୟ ଅବସର ପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ଉତ୍ସବରେ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଯୋଜନା ଭୁକ୍ତ) ଦ୍ଵାରା ନବ ନିଯୁକ୍ତ ଯୋଜନା ଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛଅ ବର୍ଷ ଧରି ଜୁନିୟର ଶିକ୍ଷକ ରୂପେ କାର୍ଯ୍ୟ କରି ନିୟମିତ ପ୍ରାଥମିକ ଶିକ୍ଷକ ରୂପେ ରେଗୁଲାର ହୋଇଥିବା ଶିକ୍ଷକ ମାନଙ୍କ ଉଦ୍ଦେଶ୍ୟରେ ଏକ ଭବ୍ୟ ସ୍ଵାଗତ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ରୂପେ ଯୋଗ ଦେଇଥିଲେ ଉମରକୋଟ ବ୍ଲକର ଏଲିମେଣ୍ଟାରୀ ବି॰ ଏଡ ଶିକ୍ଷକ ସଂଘର ସଭାପତି ଶ୍ରୀଯୁକ୍ତ ଟୁଟୁବାବୁ ପଟ୍ଟନାୟକ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶ୍ରୀଯୁକ୍ତ ସପନ କୁମାର ସରକାର, ଶିକ୍ଷକ ନେତା ଶ୍ରୀଯୁକ୍ତ ସନଧର ମାଝି, ବରିଷ୍ଠ ଶିକ୍ଷକ ନେତା ଓ ସଙ୍ଗଠକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସଂଘର ସଭାପତି ଶ୍ରୀଯୁକ୍ତ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ଗଣେଶ ପ୍ରସାଦ ରଣା ଯୋଗ ଦେଇ ସଂଘର କାର୍ଯ୍ୟକାରିତା ତଥା ଶିକ୍ଷକ ରୂପେ ନିଜର ସଚେତନ ଭୂମିକା ବିଷୟରେ କହିଥିଲେ । ଆଗାମୀ ଦିନ ଗୁଡିକରେ ଏହି ଅଞ୍ଚଳର ଶିକ୍ଷା ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ ତଥା ସାକ୍ଷରତା ହାର ବୃଦ୍ଧି ପାଇଁ ସ୍ବତସ୍ପୂର୍ତ୍ତ ଭାବେ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ ହେବ ପାଇଁ ଅତିଥି ମାନେ ଆହ୍ଵାନ କରିଥିଲେ । ଏହି ଅବସରରେ ନୂତନ ଜୁନିୟର ଶିକ୍ଷକ ମାନଙ୍କୁ ଫୁଲ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରଯାଇଥିଲା । ସମସ୍ତ ଅତିଥି ମାନଙ୍କୁ ଉପଢୌକନ ଦେବା ସହ ସଂଘ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭରେ କାହ୍ନୁ ଚରଣ ମିଶ୍ରଙ୍କ ଶ୍ରୀ ଗଣେଶ ମନ୍ତ୍ର ଶ୍ଳୋକ ପାଠ ସହ ଅତିଥି ମାନେ ଶ୍ରୀ ଗଣପତିଙ୍କ ମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ଜଳନ କରିବା ସହ ଶିକ୍ଷକ ଶ୍ରୀ ବାବୁରାମ ପାତ୍ରଙ୍କ ପ୍ରାରମ୍ଭିକ ଭଜନ ଗାନ କରିଥିଲେ । କାର୍ଯ୍ୟ କ୍ରମଟିକୁ ପରିଚାଳନା କରିଥିଲେ ସଂଘର ସମ୍ପାଦକ ଶ୍ରୀଯୁକ୍ତ ନରେଶ ଚନ୍ଦ୍ର ପଟ୍ଟନାୟକ । ଏଥିରେ ବ୍ଲକର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିବା ସହ ସଦ୍ୟ ନିୟମିତ ପ୍ରାଥମିକ ଶିକ୍ଷକ ଓ ନବ ନିଯୁକ୍ତ ଶିକ୍ଷକ ମାନଙ୍କୁ ଉତ୍ସାହିତ କରିଥିଲେ ।