June 21, 2026

ଉମରକୋଟ ପ୍ରିମିୟମ ଲିଗ୍ ରେ ଟାଇଟେଲ ବିଜେତା ଜୟପୁର……….

IMG-20241118-WA0022
Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ରେ ହୋଇଯାଇଥିବା ଉମରକୋଟ ପ୍ରିମିୟର ଲିଗ ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତକାଲି ଏକ ରୋମାଞ୍ଚକାରୀ ମ୍ୟାଚ ର ଶେଷ ବଲ ରେ ଗତ ବର୍ଷ ର ଟାଇଟେଲ ବିଜେତା ସୁରୀୟା ୧୧ ର ବୋଲରଙ୍କୁ ଛକ୍କା ମାରି ଜୟପୁର ଏଭିନିଙ୍ଗ ୧୧ ଫାଇନାଲ ରେ ପ୍ରବେଶ କରିଥିଲା। ଆଜି କିନ୍ତୁ ପ୍ରଥମରୁ ମାହୋଲ କିଛି ଅଲଗା ଥିଲା। ଅଭିଭକ୍ତ କୋରାପୁଟ ଅଞ୍ଚଳ ରେ ହେଉଥିବା ସବୁ ଠାରୁ ବଡ କ୍ରିକେଟ ମହୋତ୍ସବ ର ଚମ୍ପିୟାନ ହୋଇଛି ଆଜି ଜୟପୁର ଇଭିନିଙ୍ଗ ୧୧ । ଟସ ହାରି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ରେ ୨୩୮ ରନ ସଂଗ୍ରହ କରି ଥିଲା ଇଭିନିଙ୍ଗ ୧୧ ଜୟପୁର। ପରେ ବୋଲିଂ ଆରମ୍ଭରୁ ପୁରୀ ୱାରିଆର ଉପରେ ଚାପ ପକାଇ ଥିଲା ଜୟପୁର ଇଭିନିଂ ୧୧। ୨୦ ଓଭର ରେ ବିଶାଳ ୨୩୯ ରନ ଲକ୍ଷ ର ପିଛା କରି ପରେ ୧୪୫ ରନ ରେ ଅଲ ଆଉଟ ହୋଇ ୯୩ ରନ ରେ ଏହି ଫାଇନାଲ ମ୍ୟାଚରେ ହାରି ଯାଇଥିଲା ପୁରୀ ୱାରୀୱାର ଟିମ। ଫଳରେ ଉମରକୋଟ ପ୍ରିମିଅର ଲିଗ ର ସପ୍ତମ ସଂସ୍କରଣ ରେ ନୂଆ ଚମ୍ପିୟାନ ହୋଇଛି ଜୟପୁର ଏଭିନିଙ୍ଗ ୧୧ କ୍ଲବ।ଏତେ ବଡ଼ ଆୟୋଜନ ର ସମ୍ପୂର୍ଣ ଶ୍ରେୟ ୟୁପିଏଲ ର ଉପ ସଭାପତି ଚନ୍ଦନ ବେହେରା , ସମ୍ପାଦକ ଅଭିଳାଷ ପଟ୍ଟନାୟକ ଓ କୋଷାଧକ୍ଷ ତପନ ପାତ୍ର ଙ୍କ ସମେତ ଭାଷ୍ୟକାର ତେଜରାଜ ଠାକୁର ଓ ନୀଳକଣ୍ଠ ସାନ୍ତା ଙ୍କ ସମେତ ଅନ୍ୟ ସ୍ଵେଛାକୃତ ସେବକ ମାନଙ୍କୁ ଦେଇଛନ୍ତି ସଭାପତି ସୁଧାଂଶୁ ଦାସ ।