June 21, 2026

କବରାପାଲି ହେବ ଅଟଳ ଗ୍ରାମ ଅନୁଷ୍ଠିତ ହେଲା ଆର୍ଥିକ ସାକ୍ଷରତା ସଚେତନତା ଶିବିର 

IMG-20241118-WA0001
Share

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ଯୁଯୋମୁରା ବ୍ଲକର କବରାପାଲି ଗ୍ରାମ ହେବ ଅଟଳ ଗ୍ରାମ। ଏଥିପାଇଁ ରବିବାର ସନ୍ଧ୍ୟାରେ ଏକ ବଡ଼ ଧରଣର ଆର୍ଥିକ ସାକ୍ଷରତା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଅଟଳ ଗ୍ରାମ ହେଲେ କେନ୍ଦ୍ର ସରକାରଙ୍କ ସମସ୍ତ ପ୍ରକାର ଯୋଜନାରେ ଗ୍ରାମର ହିତାଧିକାରୀଙ୍କୁ ସୁବିଧା ମିଳିବ। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଠାରୁ ସୂର୍ଯ୍ୟ ଘର ଭଳି ବିଭିନ୍ନ ଯୋଜନା ସହିତ ଅଟଳ ପେନସନ ଯୋଜନା ପର୍ଯ୍ୟନ୍ତ ଗ୍ରାମର ଉପଯୁକ୍ତ ହିତାଧିକାରୀ ଲାଭାନ୍ବିତ ହୋଇପାରିବେ ବୋଲି ବିଭିନ୍ନ ଅଧିକାରୀ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ।

 

ଆୟୋଜିତ ସଭାରେ ସମ୍ବଲପୁର ଶାଖା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଆଞ୍ଚଳିକ ପରିଚାଳକ ମାନସ ରଞ୍ଜନ ପ୍ରଧାନ, ରାସମେକ ଏଜିଏମ ଶ୍ୟାମ ସୁନ୍ଦର ଠାକୁର, ଲିଡ଼ ବ୍ୟାଙ୍କର ଦେବ କିଶୋର ନାଏକ, ଏଫଆଇ ପରିଚାଳକ ଗୋଲକ ବିହାରୀ, ଡ଼ିଆଇସି ଅଧିକାରୀ ଶ୍ରୀଯୁକ୍ତ ଭୋଇ ଓ ଏସଵିଆଇ ଡେପୁଡି ମ୍ୟାନେଜର ପ୍ରଦୀପ ସାହୁ ପ୍ରମୁଖ ଯୋଗଦେଇ ଗ୍ରାମବାସୀଙ୍କ ସହାଭାଗିତାରେ ଆର୍ଥିକ ସ୍ଵଛଳ ଓ ବିକଶିତ ଅଟଳ ଗ୍ରାମ ନେଇ ସଚେତନ କରାଇଥିଲେ। ଆୟୋଜିତ ବୈଠକରେ କବରାପାଲି ସରପଞ୍ଚ ଅନ୍ତର୍ଯ୍ୟ।ମୀ ପ୍ରଧାନ, ଯୁଯୋମୁରା ଜିଲ୍ଲାପରିଷଦ ୧ ସଭ୍ୟା କବିତା ସାହୁ, ଯୁଯୋମୁରା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶରତ ଚନ୍ଦ୍ର ସାହୁ ମଞ୍ଚାସିନ ଥିଲେ। ତେବେ ଏହି ଗ୍ରାମକୁ ଅଟଳ ଗ୍ରାମରେ ପରିଗଣିତ କରିବାକୁ ପ୍ରୟାସ ଆରମ୍ଭ ହୋଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଖୁସୀ ଓ ଆନନ୍ଦର ବାତାବରଣ ତିଆରି ହୋଇଛି।