July 6, 2024

ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀ ନେଇ ପଶ୍ଚିମ ଓଡ଼ିଶାରେ ମହାବନ୍ଦ ଡାକରା

Share

ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀ ନେଇ ପଶ୍ଚିମ ଓଡ଼ିଶାରେ ମହାବନ୍ଦ ଡାକରା

 

ଉଲୁଣ୍ଡା-୧୮/୧୧(ଉପାନ୍ତ ଓଡିଶା) ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାରେ କୋଶଲ ସେନା ଓ କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା ପକ୍ଷରୁ ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ୧୨ଘଣ୍ଟିଆ ମହାବନ୍ଦ ଡାକରା ଦିଆଯାଇଛି । ବନ୍ଦର ପ୍ରଭାବ ସବୁ ଅଞ୍ଚଳରେ ପଡିଥିବାବେଳେ ସହରାଞ୍ଚଳରେ ଯାତାୟତ ପୁରା ଠପ ହୋଇଥିବା ସହ ଦୋକାନ ବଜାର ବନ୍ଦ ରହିଥିଲା । ସେହିପରି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ବିଭିନ୍ନ ଅଞ୍ଚଳରେ ମଧ୍ୟ ଶାନ୍ତି ଶୃଙ୍ଖଳା ସହ ବନ୍ଦ ପାଳନ କରାଯାଉଛି । ବନ୍ଦ ପାଳନ ପ୍ରଭାବରେ ଅଞ୍ଚଳର ସମସ୍ତ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ, କଲେଜ, ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ଆଦି ବନ୍ଦ ରହିଥିଲା । କୋଶଲ ସେନା ଓ କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା ସମେତ ବିଭିନ୍ନ ସାମାଜିକ ସଂଗଠନ ଏଥିରେ ସାମିଲ ହୋଇ ପିକେଟିଂ କରିଥିଲେ । ବିଭିନ୍ନ ଛକ ଓ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରାଯାଇ ବନ୍ଦକୁ ସମର୍ଥନ କରିବା ପାଇଁ କହିଥିଲେ ଆନ୍ଦୋଳନକାରୀ । ଅଫିସ, ସ୍କୁଲ ଓ ବଜାର ପ୍ରମୁଖ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ତେବେ ଡାକ୍ତରଖାନା ଏବଂ ଆମ୍ବୁଲାନସରେ ରୋଗୀସେବାକୁ ଏହି ବନ୍ଦରୁ ବାଦ ଦିଆଯାଇଥିବାବେଳେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ଛକରେ ପୁଲିସ ମୁତୟନ ହୋଇଥିବା ଦେଖିବାକୁ ମିଳିଥିଲା ।

You may have missed