June 18, 2026

ପରିତ୍ୟକ୍ତ ସ୍ଥାନ ରୁ ମାନସିକ ଭିନ୍ନକ୍ଷମ ମହିଳାଙ୍କ ସହ ତିନି ଶିଶୁ ଉଦ୍ଧାର।

IMG-20231118-WA0040
Share

 

ପାରାଦୀପ–:ପରିସ୍ଥିତିରେ ଛନ୍ଦିହୋଇ କିଛି ମଣିଷ ଅନେକ ଦୁଃଖରେ ଥାଇ ବି ସୁଖକୁ ଖୋଜିଥାଏ ! କିନ୍ତୁ ଦୁଃଖ ଯାହାର ପିଛା ଛାଡ଼ୁନି, ସିଏ ସୁଖ ପାଇବ କୋଉଠୁ ? ଏପରି ଏକ ସ୍ପର୍ଶ କାତର ଓ ହୃଦୟ ସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି ପାରାଦୀପ ସିଙ୍ଗିଟାଳି ଛକରେ।ଖରା ବର୍ଷାକୁ ଖାତିର ନକରି ସିଙ୍ଗିଟାଳି ଛକରେ ଏକ ଅର୍ଦ୍ଧ ଉଲଗ୍ନ ସହ ତିନୋଟି ପିଲାଙ୍କୁ ନେଇ ଆଶ୍ରୟ ନେଇଛି ଜଣେ ମାନସିକ ଭିନ୍ନକ୍ଷମ ମହିଳା !ବଡ ଝିଅ ର ବୟସ ୪ ବର୍ଷ, ମଝିଆ ପୁଅର ବୟସ ୩ ବର୍ଷ ଏବଂ ସାନ ପୁଅଟିର ବୟସ ଦେଢ଼ ବର୍ଷ ହୋଇଥିବା ବେଳେ ଅତି ଦୟନୀୟ ଅବସ୍ଥାରେ ଏକ ଗଛ ମୂଳରେ ଆଶ୍ରୟ ନେଇଥିବାର ଦେଖିବାକୁ ମିଳିଥିଲା ! ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟଙ୍କ ନଜରକୁ ଏପରି ଅସହାୟ ଦୃଶ୍ୟ ଆସିବାପରେ ଶ୍ରୀମତୀ ଆଚାର୍ଯ୍ୟ,।ମହିଳା ଙ୍କ ସହ କଥା ହୋଇ ଅନୁଭବ କରିଥିଲେ ଯେ ସେ ଜଣେ ସାମୟିକ ମାନସିକ ବିକୃତ ।ନିଷ୍ପାପ ପିଲା ତିନୋଟି ଓ ମହିଳା ଙ୍କ ଭବିଷ୍ୟତ ଯେ କେତେ ଅନ୍ଧକାର ତାହା ଅନୁଭବ କରି ସେମାନଙ୍କ ଥଇଥାନ ନିମନ୍ତେ ବିଭିନ୍ନ ପ୍ରଶାସନିକ ଅଧିକାରୀ ଙ୍କ ସହ ଯୋଗାଯୋଗ କରି ବିଫଳ ହେବା ପରେ ପରିଶେଷରେ କେନ୍ଦ୍ରାପଡା ସ୍ଥିତ ରେଶ୍ଵଆ ସ୍ୱଧାର କେନ୍ଦ୍ର ସହ ଯୋଗାଯୋଗ କରିଥିଲେ ! ପ୍ରତିକୂଳ ପାଗ ରେ ମା ଓ ତିନି ପିଲାଙ୍କୁ ପାରାଦୀପ ରୁ କେନ୍ଦ୍ରାପଡା ନେବା ସମ୍ଭବ ନ ହେବାରୁ ବ୍ୟାସ ଫାଉଣ୍ଡେସନ ର ଉପସଭାପତି ରଶ୍ମିତା ନାୟକ ଙ୍କ ହେଫାଜତରେ ରଖାଯାଇଥିଲା ।ପରଦିନ ରେଶ୍ବଆ ସ୍ୱଧାର ଗୃହ ର ମୁଖ୍ୟ ଶ୍ରୀମତୀ ମିନତୀ ମହାରଣା ଉକ୍ତ ମହିଳାଙ୍କ ନିକଟରେ ପହଁଞ୍ଚି ନିଜ ହେଫାଜତକୁ ନେବା ସହ ମା ଓ ତିନି ପିଲାଙ୍କୁ ସୁସ୍ଥ ଓ ସୁରକ୍ଷିତ ରେ ରଖିବେ ବୋଲି ବ୍ୟାସ ଫାଉଣ୍ଡେସନ ର କର୍ମ କର୍ତ୍ତା ଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ସରକାରୀ ସ୍ତରରେ ଶିଶୁ ଓ ମହିଳା ଙ୍କ ପ୍ରତି ବିଭିନ୍ନ କଲ୍ୟାଣ କାରୀ କାର୍ଯ୍ୟକ୍ରମ ସରକାର ଙ୍କ ଦ୍ଵାରା ବ୍ୟବସ୍ଥା କରାଯାଉଥିବା ବେଳେ ଏ ଅଭାଗିନୀ ମହିଳା ଓ ନିଷ୍ପାପ ଶିଶୁ ତିନୋଟି ବାଦ ପଡିଲେ କେମିତି?ଏହାହିଁ ଉଦବେଗ ର କାରଣ ବୋଲି ଶ୍ରୀମତୀ ଆଚର୍ଯ୍ୟ କହିଛନ୍ତି।

 

ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !

You may have missed