April 29, 2026

ଚିତ୍ରା ଠାରେ ପଞ୍ଚାୟତସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ 

IMG-20250918-WA0030
Share

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକ ଚିତ୍ରା ଗ୍ରାମ ପଞ୍ଚାୟତ ପରିସର ରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି. ରାସ୍ତା ଘାଟ. ବିଦ୍ୟୁତ ସଂଯୋଗ. ପାନୀୟ ଜଳ. ଭତ୍ତା. ପଟ୍ଟା ଇତ୍ୟାଦି ବ୍ୟକ୍ତଗତ ଓ ଗୋଷ୍ଟି ଗତ ମୋଟ ସୋହଳ ଗୋଟି ଅଭିଯୋଗ ର ଶୁଣାଣି ହୋଇଥିବାର ଜଣା ଯାଇଛି.ସେ ଗୁଡିକ ଶୁଣିବା ପରେ ସମାଧାନ ଲାଗି ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ ବିଡ଼ିଓ ସନ୍ଧ୍ୟା ସମରଥ.ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ,ସନମତି ଗାଦବା. ପିଇଓ ଇସାକ ପାତ୍ର. ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ସମୟ ମାରାଣ୍ଡି. ଜିପିଡିଓ କେଦାର ନାଥ ଅଟକା. ମମତା ଭତରା. ଆରଡି ବିଭାଗ ଯନ୍ତ୍ରୀ ବିପିନ ଟାକ୍ରୀ.ଭାସ୍କର ପଟ୍ଟନାୟକ.ଉଦ୍ୟାନ ବିଭାଗ ଅଧିକାରୀ ବିଜୟ କୁମାର ମହନ୍ତ ଙ୍କ ସମେତ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ ପ୍ରମୁଖ ଯୋଗ ଦେଇଥିବାର ଜଣାଯାଇଛି. ମାଆ ଙ୍କ ପାଇଁ ଗଛ ଟିଏ ରୋପଣ କରାଯାଇଥିଲା. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର.

You may have missed