କୁଜଙ୍ଗ ରେ ଘଟିଲା ପୁଣି ଆଉ ଏକ ଭୟଙ୍କର ଦୁର୍ଘଟଣା

ଆଉ ଏକ ଦୁଃଖଦ ଦୁର୍ଘଟଣା ଆସିଲା ସାମ୍ନାକୁ, କଟକ ପାରାଦ୍ୱୀପ ରାଜରାସ୍ତା କୁଜଙ୍ଗ ନିକଟରେ ଘଟିଲା ପୁଣି ଏକ ଭୟଙ୍କର ଦୁର୍ଘଟଣା lବାଇକ ଉପରେ ଚଢିଗଲା ଟ୍ରକ୍ । ଉତ୍ୟକ୍ତ ଲୋକେ କଲେ ରାସ୍ତା ଅବରୋଧ । କୁଜଙ୍ଗ ପୋଷ୍ଟମର୍ଟମ ପାଖରେ ଘଟିଛିଏହି ଦୃଘଟାଣା । ପୋଲିସ ସୂଚନା ମୁତାବକ ଦୁର୍ଘଟଣା ର ଶିକାର ର ହୋଇଥିବା ଯୁବକ କୁଜଙ୍ଗ ବଳରାମପୁର ଗ୍ରାମର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ସୂଚନା ଅନୁଯାଇ ଆଜି ଅପରାହ୍ନ 2.30 ମିନିଟ ସମୟରେ
OD 21F 2177ନମ୍ବର ବିଶିଷ୍ଟ ଏକ ଟ୍ରକ କଟକ ରୁ ପାରାଦ୍ୱୀପ ଅଭିମୁଖେ ଆସୁଥିଲା ବେଳେ ଅପରପକ୍ଷରୁ ଅର୍ଥାତ ପାରାଦ୍ୱୀପ ରୁ କୁଜଙ୍ଗ ଅଭିମୁଖେ ଏକ ଯୁବକ ବାଇକ ଯୋଗେ ଇଲେକ୍ଟ୍ରି ପୋଷ୍ଟମଟମ ଛକ ମୋଡ ନିକଟରେ ନିଜର ଭାରଶ୍ୟାମ ହରାଇ ଟ୍ରକ ସଙ୍ଗେ ଧକା ହୋଇଥିଲା l ଦୁର୍ଘଟଣା ପରେ ଆହତ ଯୁବକ କୁ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି l ଘଟଣା ସ୍ଥାନରେ ତୀବ୍ର ଉତ୍ତେଜନା କୁ ଆଖି ଆଗରେ ରଖି କୁଜଙ୍ଗ ପୋଲିସ ଘଟଣା ସ୍ଥାନରେ ପହଞ୍ଚି ପରିସ୍ଥିତି କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି l
କିଛି ଦିନ ତଳେ ହାଇଵା ଚକା ତଳେ କୁଜଙ୍ଗ କୋଠିଆସାହି ନିକଟରେ ବାପା ଓ ଝିଅ ର ମୃତ୍ୟୁ ଘଟିଥିବା ବେଳେ ଆଜି ପୁଣି ଏକ ଲୋମ ଟଙ୍କୁରା ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଛି ଏ ଅଞ୍ଚଳରେ l ସଡକ ଦୁର୍ଘଟଣା କଟକ ପାରାଦ୍ୱୀପ ରାସ୍ତାରେ ନିତି ଦିନିଆ ଘଟଣା ହୋଇଥିବା ବେଳେ ପ୍ରଶାସନ ର ନୀରବତା ଉପରେ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଜନତା l
(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )
