ନିଶୁକ୍ଳ ଟ୍ରେନିଂ ଅନୁଷ୍ଠିତ
ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ୟୁକୋ ଆରସେଟି ବାଲେଶ୍ୱର ପକ୍ଷରୁ ରେଫ୍ରିଯିରେସନ୍ ଏବଂ ଏୟାର୍ କଣ୍ଡିସନ ଟ୍ରେନିଂ ଅନୁଷ୍ଠିତ ହୋଇଛି, ଏହା ମାସିକିଆ କୋର୍ସ,ଏହି ଟ୍ରେନିଙ୍ଗ ରେ ଶିକ୍ଷାର୍ଥୀ ମାନଙ୍କୁ ଫ୍ରିଜ ଓ ଏସି ମରାମତି କିପରି ହୁଏ ତାହା ଶିଖା ଯାଇଥାଏ, ଏହା ଏକ ନିଶୁଳ୍କ ଟ୍ରେନିଂ ଛାତ୍ର ମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ି ନ ଥାଏ,ଏଠାରେ ଛାତ୍ର ମାନଙ୍କର ରହିବା ଖାଇବା ସମ୍ପୂର୍ଣ୍ଣ ମାଗଣା,ଏହି ଟ୍ରେନିଂ 24/07/25 ରୁ ଆରମ୍ଭ ହୋଇ 22/08/25 ରେ ଶେଷ ହେବ,ଏହି ସଂସ୍ଥାର ମୂଳ ଲକ୍ଷ୍ୟ ହେଉଛି ବେକାରୀ ଯୁବକ ଓ ଯୁବତୀ ମାନଙ୍କୁ ସ୍ଵବାଲମ୍ବନି କରାଇବା, ୭୯ ତମ ସ୍ଵାଧୀନତା ଦିବସ ଉପଲକ୍ଷେ ରେମୁଣା ବ୍ଲକ କ୍ୟାମ୍ପସ ପରିସରରେ ୟୁକୋ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ସଂସ୍ଥା(ଆରସେଟି) ବାଲେଶ୍ୱର ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ଶିବିରକୁ ମୁଖ୍ୟ ଅତିଥି ଭାବେ ୟୁକୋ ବ୍ୟାଙ୍କର ଜୋନାଲ ମ୍ୟାନେଜର ସୁଦିପ କୁମାର ଡାକୁଆ ଉଦଘାଟନ କରିବା ସହ ରକ୍ତଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଏଲ୍ଡିଏମ୍ ମୋତି କୁମାର ସାହ, ଡିଡିଏମ ନାବାର୍ଡ ତାପସ ରଂଜନ ପ୍ରଧାନ, ୟୁକୋ ବ୍ୟାଙ୍କର ଡେପୁଟି ଉପ ଜୋନାଲ ମ୍ୟାନେଜର ମୟଙ୍କ ଅଗ୍ରୱାଲ ଓ ବାଲେଶ୍ୱର ରକ୍ତ କେନ୍ଦ୍ରର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
ୟୁକୋ ଆରସେଟି ବାଲେଶ୍ୱର ନିର୍ଦ୍ଦେଶକ ସୁବ୍ରତ ମହାକୁଳଙ୍କ ତତ୍ତ୍ଵାବଧାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଏବଂ ରକ୍ତ ଦାନ ଶିବିର ଆୟୋଜିତ କରାଯାଇଥିଲା ଏହି ଶିବିରରୁ ୪୨ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ସଂଯୋଜକ ଭାବେ ଅଭିଷେକ ସ୍ୱାଇଁ,ମନୋଜ କୁମାର ବେହେରା,ମହମ୍ମଦ କୁତୁବୁଦ୍ଧିନ୍ ଖାନ୍ ସାର୍ ଏବଂ ସହସଂଯୋଜକ ଭାବେ ପ୍ରିୟଙ୍କା ସାହୁ ,ଶଙ୍କର ମାହାଲି,ପ୍ରଦୀପ ନାୟକ,ହରି ମହାଳିକ,ସନ୍ଦୀପ ପଣ୍ଡା,ସସ୍ମିତା ଦାସ୍ ଏବଂ ଆରସେଟିର ସମସ୍ତ ପ୍ରଶିକ୍ଷାର୍ଥୀ ମାନେ ସହଯୋଗ କରିଥିଲେ।
