ଚୋରି ଅଭିଯୋଗରେ ବାପା ଓ ପୁଅ ଗିରଫ..

ବରଗଡ(ସୁରେନ୍ଦ୍ର କଠାର)
ଅତାବିରା ଥାନା ଅନ୍ତର୍ଗତ କର୍ମୀଟକ୍ରା ବୁଗବୁଗା ଗ୍ରାମର ଶ୍ରୀଯୁକ୍ତ ଇନ୍ଦ୍ରଜିତ ଛନ୍ଦଙ୍କ ଘରୁ ଗତ ତା ୧୫/୦୮/୨୦୨୫ ରିଖ ଶୁକ୍ରବାର ଦିନ ରାତ୍ରିରେ ଘରର ସମସ୍ତେ ଖାଇସାରି ଶୋଇଥିବା ବେଳେ ମଧ୍ଯ ରାତ୍ରି ପ୍ରାୟ ୧୨:୩୦ ଟା ସମୟରେ ତିନି ଜଣ ଚୋର ଆସି ଘର କବାଟ ର ତାଲା ଭାଙ୍ଗି ଘରକୁ ପଶି ଏକ ମୋବାଇଲ ( Real me 5 Pro ) , ଆଳମିରା ଭାଙ୍ଗି ନଗଦ ୫୦୦୦/- ଟଙ୍କା ଓ ପାଖାପାଖି ୧୨-୧୪ କିଲୋଗ୍ରାମର ଏକ ମେଣ୍ଢା ଚୋରି କରିଥିଲେ । ଶ୍ରୀଯୁକ୍ତ ଛନ୍ଦ ଚୋର ଚୋର ବୋଲି ଚିତ୍କାର କରିବାରୁ ତାଙ୍କୁ ଏକ ଇଟା ଫିଙ୍ଗି ଫେରାର ମାରିଥିଲେ । ଉକ୍ତ ରାତ୍ରିରେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅତାବିରା IIC ପ୍ରକାଶ କର୍ଣ ଏକ ଟିମ ଗଠନ କରି ASI ପଟେଲ, ମୁକେଶ ମେଷୁଆ ଓ ଅତାବିରା ଥାନା ଟିମ୍ ସଙ୍ଗେ ସଙ୍ଗେ ତଦନ୍ତ ଆରମ୍ଭ କରିଥିଲେ ଏବଂ ୨୪ ଘଣ୍ଟା ମଧ୍ଯରେ ଦୁଇ ଜଣ ଚୋରଙ୍କୁ ପୋଲିସ ଗିରଫ କରିଥିଲେ ଓ ଜଣେ ଫେରାର ଥିବା ଜଣାପଡିଛି । ବାପା ପୁଅ ଚୋର ହେଲେ ପଲସାପାଲି ନିବାସୀ କୃଷ୍ଣଚନ୍ଦ୍ର ବାଦୀ ( ଚନ୍ଦ୍ର) (୪୫) , ଶୈଳେସ ବାଦୀ ( ରାଜ୍) (୨୧) ଓ ଫେରାର ଥିବା ଚୋର ବିନୋଦ ହରିପାଲ (୨୪) । ଉକ୍ତ ସମସ୍ତ ଚୋରି ସାମଗ୍ରୀ ଶ୍ରୀଯୁକ୍ତ ଇନ୍ଦ୍ରଜିତ ଛନ୍ଦଙ୍କୁ ପୋଲିସ ହସ୍ତାନ୍ତର କରିଥିଲେ ।
