ଉମରକୋଟ ବରିଷ୍ଟ କଂଗ୍ରେସ ନେତା ଙ୍କ ଅକାଳ ବିୟୋଗ……
ଉମରକୋଟ:- (ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ଅଞ୍ଚଳର ବରିଷ୍ଟ କଂଗ୍ରେସ ନେତା ତଥା ଉମରକୋଟ ନଗର କଂଗ୍ରେସ ର ଏସ.ସି ସେଲ୍ ସଭାପତି କର୍ଣ୍ଣ ଦୁର୍ଗ। ଙ୍କ ଅକାଳ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ୪୫ ବର୍ଷ ବୟସ ହେଇଥିଲା। ସେ ଦୀର୍ଘ ଦିନ ଧରି ବୃକକ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ସମୟରେ ତାଙ୍କ ସ୍ତ୍ରୀ, ୩ ଝିଅ ଓ ଗୋଟିଏ ପୁଅ ଉପସ୍ଥିତ ଥିଲେ। କର୍ଣ୍ଣ ଦୁର୍ଗ। ଙ୍କ ଅକାଳ ବିୟୋଗ ଘଟଣା ଶୁଣିବା ପରେ ଉମରକୋଟ ଭଗବତୀ ନଗର ଠାରେ ଥିବା ତାଙ୍କ ବାସ ଭବନରେ ବିଭିନ୍ନ ବର୍ଗ ର ଲୋକେ ଯାଇ ଶେଷ ଦର୍ଶନ କରିଥିଲେ। କଂଗ୍ରେସ ର ବରିଷ୍ଟ ନେତା ବାବୁଲା ପଟ୍ଟନାୟକ, ଟୁଲୁ ସାହୁ, ଅମୂଲ୍ୟ ପଟ୍ଟନାୟକ ଓ ଉମରକୋଟ ଟାଉନ ସଭାପତି ପର୍ସୁ ରାମ ନାୟକ ପ୍ରମୁଖ ଘରକୁ ଯାଇ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜ୍ଞାପନ କରିଥିଲେ। କର୍ଣ୍ଣ ଜଣେ ଉତ୍ତମ ବ୍ୟକ୍ତି ଭାବେ ସହରରେ ପରିଚିତ ଥିବା ସହ ସେ ଜଣେ ମିଷ୍ଠ ଭାଷୀ ଓ ନମ୍ର ସ୍ୱଭାବର ବ୍ୟକ୍ତି ଭାବେ ପରିଚିତ ଥିଲା।
