July 19, 2026

ତୁଳଙ୍ଗ,ବ୍ରହ୍ମପୁର ମୁଖ୍ୟ ରାସ୍ତାରେ ବର୍ଷା ପାଣିରେ ଆଣ୍ଡୁଏ ପାଣି

IMG-20260718-WA0010
Share

 

ତିର୍ତ୍ତୋଲ

( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ତୁଳଙ୍ଗ ପଞ୍ଚାୟତର ନରୂଆ ରୁ ମୁଳିଶିଂ ପର୍ଯ୍ୟନ୍ତ ଥିବା R@B ରାସ୍ତାରେ ବର୍ଷା ପାଣି ଏବେ ଲହଡ଼ି ଭାଙ୍ଗୁଛି । ରାସ୍ତା ଓ କୋଠାବାଡି ବିଭାଗ ଅଧୀନ ଏହି ରାସ୍ତାର ଡ୍ରେନେଜ୍ ସୁବିଧା ନଥିବାରୁ ରାସ୍ତାର ଅଧିକାଂଶ ସ୍ଥାନରେ ଖାଲୁଆ ଜାଗାରେ ପାଣି ଜମି ରହି କୃତିମ ପୋଖରୀର ଭ୍ରମ ସୃଷ୍ଟି କରୁଛି । ଏପରି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଚର୍ଚ୍ଚାର ବିଷୟ ପାଲଟିଛି । ତିନି ଦିନ ହେବ ଲଘୁଚାପ ବର୍ଷାରେ ଯିବା ଆସିବା ପାଇଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନିକଟସ୍ଥ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ପାଣିରେ ପଶି ମନ୍ଦିରକୁ ପ୍ରବେଶ କରୁଛନ୍ତି । ସ୍କୁଲ, କଲେଜ ଛାତ୍ରଛାତ୍ରୀ ମାନେ ଏହି ରାସ୍ତାରେ ଯିବା ପାଇଁ ନାହିଁ ନଥିବା ଅସୁବିଧା ରେ ପଡୁଛନ୍ତି | ବର୍ଷା ପାଣି ରାସ୍ତାରେ ଜମି ରହୁଥିବା କାରଣରୁ ମଶା ମାଛିଙ୍କ ପ୍ରାଦୁର୍ଭାବ ବଢ଼ିବା ସହିତ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଡେଙ୍ଗୁ, ମେଲେରିଆ ଓ ଚର୍ମରୋଗର ଆଶଙ୍କା ସୃଷ୍ଟି ହୋଇଛି | ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।