20 ଜଣ ବ୍ୟକ୍ତି ଙ୍କୁ କାମୁଡ଼ିଲା ପରେ ମାଙ୍କଡ଼ କୁ ଆୟତ୍ତ କଲା ନନ୍ଦନକାନନ ର ଏକ ଟିମ l ( ଗୋପ ରେ ମାଙ୍କଡ଼ ଆତଙ୍କରେ ଦୁଇଟି ଗାଁ ର ଲୋକେ ଭୟଭୀତ )
ଗୋପ :- 18/07/2025 ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ଅଣ୍ଡରା-ଇଚ୍ଛାପୁର ପଞ୍ଚାୟତ ର ଦିହୁଡା ଓ ପୋଇତରା ଗ୍ରାମରେ ଗତ ୩ ହେଵ ହନୁ ମାଙ୍କଡ଼ ଆତଙ୍କ ରେ ଦୁଇଟି ଗାଁ ର ୨୦ରୁ ଉଦ୍ଧ ଲୋକ ଗୁରୁତର ହୋଇଥିଲେ । ସେଥିପାଇଁ ଗୋପ ବନବିଭାଗ ତରଫରୁ ଉକ୍ତ ଗ୍ରାମରେ ଏକାଧିକ ସ୍କାର୍ଡ ମୁତୟନ କରଯାଇଥିଲା l ତା ସତ୍ତ୍ୱେ ଘରୁ କୌଣସି ବ୍ୟକ୍ତି ବାହାର କୁ ବାହାରିବା କୁ ସାହସ କରୁନଥିଲେ l କାରଣ ମାଙ୍କଡ଼ ଟି ୨0 ଜଣଙ୍କୁ କାମୁଡି ସାରିଥିଲା l ସେଥିମଧ୍ୟରୁ ୩ ଜଣ ବନ ବିଭାଗୀୟ କର୍ମଚାରୀ ମଧ୍ୟ ଆକ୍ରମଣ ର ଶିକାର ହୋଇଥିଲେ l ପିଲାମାନେ ସ୍କୁଲ କଲେଜ ଯିବା ବନ୍ଦ କରିଦେଇଥିଲେ l ଅନେକ ଚେଷ୍ଟା ସତ୍ତ୍ୱେ ଗୋପ ବନ ବିଭାଗ ଅଧିକାରୀ ମାଙ୍କଡ଼ କୁ ଧରିବା ରେ ବିଫଳ ହୋଇଥିଲେ l ବିଗତ ୩ ଦିନ ହେଵ ଗୋପ ଅଞ୍ଚଳ ରେ ଆତଙ୍କ ସୃଷ୍ଟି କରୁଥିବା ମାଙ୍କଡକୁ ଶେଷରେ ଆଜି ଟାଙ୍କୁଲାଇଜର ରେ କାବୁ କଲେ ନନ୍ଦନକାନନ ରୁ ଆସିଥିବା ଟିମ l କିନ୍ତୁ ତା ପୂର୍ବରୁ ୨0 ରୁ ଅଧିକ ବ୍ୟକ୍ତି ଙ୍କୁ ଆକ୍ରମଣ କରିଥିଲା ମାଙ୍କଡ଼ ଏଥିରେ ଗୋପ ବନ ବିଭାଗ ର ୩ ଜଣ କର୍ମଚାରୀ ମଧ୍ୟ ଆକ୍ରମଣ ର ଶିକାର ହୋଇଥିଲେ l ଏଵେ ଦିଇଟି ଗାଁ ର ଲୋକମାନେଙ୍କୁ ଆସକ୍ତି ମିଳିଲା l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
