April 25, 2026

କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ 

IMG-20250718-WA0017
Share

କୋଲନରା:(ସଞ୍ଜୀବ କଣ୍ଡାଗରୀ): ବାଲେଶ୍ଵର ଜିଲ୍ଲା ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ସରକାରଙ୍କ ବିଫଳତା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯାଉଥିବା ବେଳେ କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ମଧ୍ୟ ତାହାର ପ୍ରଭାବ ଦେଖିବାକୁ ମିଳିଛି | ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ପ୍ରସାଦ ଦାସଙ୍କ ନିର୍ଦ୍ଧେଶକ୍ରମେ ବ୍ଲକ କଂଗ୍ରେସ ସଭାପତି ଆଇ ଗୋବର୍ଦ୍ଧନ ରାଓଙ୍କ ନେତୃତ୍ୱରେ ଅଞ୍ଚଳର କଂଗ୍ରେସ କର୍ମୀ ମାନେ ଏକତ୍ରିତ ହୋଇ ମୁକୁନ୍ଦପୁର ଗ୍ରାମର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଛକ ଏବଂ ଆମ୍ବେଦକର ନଗର ସ୍ଥିତ ମୁଖ୍ୟ ରାସ୍ତାରେ ମୋହନ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରା ଦେଇ ବନ୍ଦ ପାଳନ କରିଥିଲେ | ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିଥିବା ବେଳେ କେବଳ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଇ ସରକାରୀ ଓ ବେସରକାରୀ ଅଫିସ୍, ଗାଡି ଚଳାଚଳ, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ଆଦି ସେବା ଠପ୍ ହୋଇଯାଇଥିଲା | ଶାନ୍ତିପୂର୍ଣ ଢଙ୍ଗରେ ବନ୍ଦ ପାଳନ ହୋଇଥିବା ବେଳେ ଗ୍ରାମରେ ପ୍ରତ୍ୟେକ ପ୍ରମୁଖ ସ୍ଥାନରେ ରାସ୍ତା ଅବରୋଧ କରାଯାଇଥିଲା | ମୃତ ଛାତ୍ରୀଙ୍କୁ ତୁରନ୍ତ ନ୍ୟାୟ ଦେବା ଓ ରାଜ୍ୟର ମହିଳା ମାନଙ୍କ ବିରୁଦ୍ଧରେ ବଢୁଥିବା ହିଂସା ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି ବୋଲି କହିଛନ୍ତି | ଯଦି ସରକାର ତୁରନ୍ତ ଏହି ଘଟଣାର ସମାଧାନ କରି ନାରୀ ମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ବିରୁଦ୍ଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତାହେଲେ ଏହି ଆନ୍ଦୋଳନ ଆଗକୁ ତୀବ୍ରତର ହେବ ବୋଲି ବ୍ଲକ କଂଗେସ ସଭାପତି ଶ୍ରୀ ରାଓ କହିଥିଲେ | ଏହି ବନ୍ଦ ପାଳନରେ ମୁକୁନ୍ଦପୁର ଗ୍ରାମର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା | ଏଥିରେ କୈଳାସପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଭିରାମ ଉର୍ଲାକା, କଂଗ୍ରେସ କର୍ମୀ ରବୀନ୍ଦ୍ର ସୁବୁଦ୍ଧି, ସୁରେନ୍ଦ୍ର ତାଡିଙ୍ଗି, ପ୍ରତାପ ନାୟକ, ଭାସ୍କର ନିମାଲା, ଗୋବିନ୍ଦ କଣ୍ଡାଗରୀ, ରାଜେନ୍ଦ୍ର ଗାଣ୍ଟା, ପ୍ରମୋଦ ପିଡିକା, ସରୋଜ ନିମାଲ, ସରୋଜ ବିଡିକା, ପ୍ରଫୁଲ ବିଡିକା ଓ ଡମ୍ବୁରୁ ବିଡିକା ସମେତ ବହୁ ସଂଖ୍ୟା ରେ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ରହିଥିଲେ |