April 25, 2026

କଂଗ୍ରେସର ଓଡିଶା ବନ୍ଦ ପାଇଁ ମୁକୁନ୍ଦପୁର ସାପ୍ତାହିକ ହାଟ ପ୍ରଭାବିତ

IMG-20250718-WA0013
Share

 

କୋଲନରା : (ସଞ୍ଜୀବ କଣ୍ଡାଗରୀ): ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ସରକାରଙ୍କ ବିଫଳ ପ୍ରତିବାଦରେ ଆଜି ସାରା ରାଜ୍ୟରେ କଂଗ୍ରେସ ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଥିବା ଯୋଗୁଁ କୋଲନରା ବ୍ଲକ୍ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ହେଉଥିବା ଗୁରୁବାର ସାପ୍ତାହିକ ହାଟ ଏହି ବନ୍ଦ ପାଳନ ଯୋଗୁଁ ପ୍ରଭାବିତ ହୋଇଛି | ଫଳରେ ହାଟକୁ ଆସିଥିବା କିଛି ଦୋକାନୀ ମାନଙ୍କ ସମେତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ମୁକୁନ୍ଦପୁର ସାପ୍ତାହିକ ହାଟ ଉପରେ ନିର୍ଭରଶୀଳ ଲୋକେ ନାନା

ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥିଲା | ଲୋକେ ଓ ବ୍ୟବସାୟୀ ବେପାର କରିବାକୁ ଆସି ନିରାଶ ହୋଇ ଫେରି ଯାଇଥିଲେ | ଏମିତିକି ଗୁରୁବାର ସାପ୍ତାହିକ ହାଟରେ କିଛି ଛୋଟମୋଟ ଜିନିଷ ବିକ୍ରି କରି କିଛି ଟଙ୍କା ରୋଜଗାର କଲେ ସେମାନଙ୍କ ପରିବାର ଚଳିବା ଭଳି ଲୋକେ ବହୁ ଅସୁବିଧା ଭୋଗିଛନ୍ତି | ସୂଚନା ଥାଉକି, ମୁକୁନ୍ଦପୁର ଗ୍ରାମରେ ହେଉଥିବା ଗୁରୁବାର ସାପ୍ତାହିକ ହାଟ ବହୁ ପୁରାତନ ହାଟ | ଏହି ହାଟ ଉପରେ ରାୟଗଡ଼ା ଜିଲ୍ଲା ସମେତ ପଡୋଶୀ ଆନ୍ଧ୍ର ପ୍ରଦେଶର ବ୍ୟବସାୟୀ ଓ ଆଖପାଖ ଅଞ୍ଚଳର ୭ଟି ପଞ୍ଚାୟତବାସୀ ନିର୍ଭରଶୀଳ | ତେଣୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଦୋକାନୀ ମାନେ ଆସି ବ୍ୟବସାୟ କରିଥାନ୍ତି | ଏମିତିକି ଗ୍ରାମର ବ୍ୟବସାୟୀ ମାନେ ଏବଂ କିଛି ଛୋଟ ଜିନିଷ ବିକ୍ରି କରିବାକୁ ଆସିଥିବା ଛୋଟ ବ୍ୟବସାୟୀ ଏହି ହାଟରେ ଭଲ ବିକ୍ରି କରିବା ଆଶା ନେଇ ଏହି ହାଟ ଉପରେ ଆଶା ବାନ୍ଧି ରହିଥାନ୍ତି | କାରଣ ଗୁରୁବାର ସାପ୍ତାହିକ ହାଟରେ ଭଲ ବ୍ୟବସାୟ ହେଲେ ତାଙ୍କ ଘରେ ଚୁଲି ଜଳେ | ହେଲେ କଂଗ୍ରେସର ଏହି ବନ୍ଦ ପାଳନ ସେମାନଙ୍କ ବେପାରକୁ ଅସୁବିଧାରେ ପକାଇ ଦେଇଛି | ଅନ୍ୟପଟେ ଗତ ସପ୍ତାହରେ ଓଡ଼ିଶା ଡ୍ରାଇଭର ମହାସଂଘର ଦାବି ଯୋଗୁଁ ଏହି ସାପ୍ତାହିକ ହାଟ ପ୍ରଭାବିତ ହୋଇଥିବା ବେଳେ ଏବେ କଂଗ୍ରେସର ବନ୍ଦ ଡାକରା ଯୋଗୁଁ ଲୋକେ ବହୁ ଅସୁବିଧା ହେଇଛନ୍ତି | କାରଣ ଏମିତିବି କିଛି ଛୋଟ ବ୍ୟବସାୟୀ ରହିଛନ୍ତି ଯିଏ କି ଧାର ଉଧାର ଆଣି କିଛି ଜିନିଷ ବିକ୍ରି କରି ଯାହା ରୋଜଗାର ହୁଏ ସେତିକିରେ ଉଧାର ଅର୍ଥ ପରିଶୋଧ କରି ଯାହା ବଳେ ସେତିକିରେ ନିଜ ପରିବାରର ଗୁଜୁରାଣ ମେଣ୍ଟାଇ ଥାନ୍ତି | ଯଦି ବା ଆନ୍ଦୋଳନ କରିବାର ଅଛି ତାହେଲେ ସ୍ଥାନୀୟ ବ୍ୟବସାୟୀ ମାନଙ୍କୁ ଦୋକାନ ଖୋଲିବାକୁ ଅନୁମତି ଦେଲେ ଭଲ ହୋଇଥାନ୍ତା ବୋଲି ମତପ୍ରକାଶ ପାଇଛି | ଆଜି ବହୁ ଲୋକେ ହାଟକୁ ଆସିଥିବା ବେଳେ ହାଟ ବନ୍ଦ ଯୋଗୁଁ ସେମାନେ ନିରାଶ ହୋଇ ଫେରି ଯାଇଥିଲେ |