April 25, 2026

ଉମରକୋଟ ଠାରେ ବିଜେଡ଼ି ପକ୍ଷରୁ ସୌମ୍ୟାଶ୍ରୀ ଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡଲ ଶୋଭାଯାତ୍ରା……

IMG-20250718-WA0035
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗ ପୁର ଜିଲ୍ଲା ଉମରକୋଟ ବିଜୁ ଜନତା ଦଳ ତରଫରୁ ସୌମ୍ୟାଶ୍ରୀ ଆତ୍ମହୁତି ନ୍ୟାୟ ପ୍ରତିବାଦରେ ଏକ କ୍ୟାଣ୍ଡଲ ରାଲି କରାଯାଇଥିଲା। ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା ଘଟଣା ନେଇ ରାଜ୍ୟ ସରକାରଙ୍କୁ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି। ଏହି କ୍ୟାଣ୍ଡଲ ରାଲି ଉମରକୋଟ ନୂତନ ବସଷ୍ଟାଣ୍ଡ ଠାରୁ ଗାନ୍ଧୀଛକରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ କ୍ୟାଣ୍ଡଲ ଜଳେଇ ବିକ୍ଷଭ କରାଯାଇଥିଲା । ଏହି ଅବସରର ବିଜୁ ଜନତା ଦଳର ଜିଲ୍ଲା ପୂର୍ବତନ ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ , ପୂର୍ବତନ ବିଧାୟକ ଶ୍ରୀ ସୁବାଷ ଗଣ୍ଡ, ରାଇଘର ବ୍ଲକ ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର,ପୂର୍ବତନ ରାଇଘର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନବୀନା ନାୟକ , ଉମରକୋଟ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁଶୀଳା ମାଝୀ ଉମରକୋଟ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରାଧା ଭାତ୍ର, ପୂର୍ବତନ ନଗରପାଳ ଝାଡେଶ୍ବର ମହାନ୍ତି ଏବଂ ବିଜୁ ଜନତା ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ।