May 14, 2026

ସମୁଦ୍ରରେ ବୁଡ଼ି ଛାତ୍ର ମୃତ

hand
Share

 

ଛତ୍ରପୁର-୧୮/୭/୨୪(ଅରୁଣ କୁମାର ପଣ୍ଡା )ଛତ୍ରପୁର ବ୍ଲକ ଚମାଖଣ୍ଡି ଥାନା ଅନ୍ତର୍ଗତ ରାମିୟାପଲ୍ଲି ଗ୍ରାମର ଡି.ସିମାଞ୍ଚଳଙ୍କ ପୁଅ ଡି.ଦିନେଶ(୧୪)ଙ୍କ ସମୁଦ୍ରରେ ବୁଡ଼ି ମୃତ୍ୟୁ ଘଟିଛି। ସୂଚନା ମୁତାବକ ବୁଧବାର ଅପରାହ୍ନରେ ସାଙ୍ଗମାନଙ୍କ ସାଥିରେ ବନ୍ଦର ନିକଟସ୍ଥ କତୁରୁ ମୁହାଣକୁ ବୁଲିବାକୁ ଯାଇ ଅସାବଧାନତା ହେତୁ ସମୁଦ୍ରରେ ବୁଡ଼ି ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ ଦିନେଶ କୁ ଉଦ୍ଧାର କରି ପୋଲିସକୁ ସୂଚନା ଦେଇ ଏମକେସିଜି ମେଡିକାଲ ନେଇଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା।ଦିନେଶ ଗୋପାଳପୁରର ହୋଲି ଏଙ୍ଗେଲ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଥିଲେ। ଦିନେଶ ଜଣେ ମେଧାବୀ ଛାତ୍ର ଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ରାମିୟାପଲ୍ଲି ଗ୍ରାମରେ ଶୋକ ର ଛାୟା ଖେଳିଯାଇଛି।ଏହା ସହ ଶ୍ରମିକ ନେତା ଶଙ୍କର ପ୍ରସାଦ ଦାଶ ସେଠାରେ ପହଞ୍ଚି ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।