March 12, 2026

ଅବସରପ୍ରାପ୍ତ ସୁବେଦାର୍ ମେଜର୍ ଙ୍କ ଦେହାନ୍ତ

IMG-20240618-WA0053
Share

 

ବେଲଗୁଣ୍ଠା, 18/06, ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ଗ୍ରାମର ଅବସରପ୍ରାପ୍ତ ସୁବେଦାର୍ ମେଜର୍ ଦଣ୍ଡପାଣି ସାହୁଙ୍କ 65 ବର୍ଷ ବୟସରେ ପରଲୋକ ଘଟିଛି I ସ୍ଵର୍ଗତ ଦଣ୍ଡପାଣି କିଛିଦିନ ହେବ ଅସୁସ୍ଥ ହୋଇ ବ୍ରହ୍ମପୁରର ଏକ ଘରୋଇ ମେଡିକାଲ୍ ରେ ଚିକିତ୍ସିତ ହେଉଥିଲେ I ସୋମବାର ସକାଳ ଛଅ ଘଣ୍ଟା ସମୟରେ ସେ ମୁନିଗାଡ଼ି ସ୍ଥିତ ନିଜ ବାସଭବନରେ ପ୍ରାଣତ୍ୟାଗ କରିଥିଲେ I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ ଗୋଲାପ ସାହୁ, ଦୁଇ ପୁଅ ପ୍ରଦୀପ, ମୁନା ,ତିନି ଝିଅ, ଜ୍ୱାଇଁ, ନାତି ନାତୁଣି ଏବଂ ପରିବାର ସଦସ୍ୟ ଉପସ୍ଥିତ ଥିଲେ I ସ୍ଵର୍ଗତ ସାହୁ ଜଣେ ପରୋପକାରୀ ଏବଂ ଧର୍ମପରାୟଣ ବ୍ୟକ୍ତି ଭାବେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ I ତାଙ୍କ ମୃତ୍ୟୁ ଖବର ପାଇ ଅବସରପ୍ରାପ୍ତ ପୋଷ୍ଟ୍ ମାଷ୍ଟର୍ ବଂଶୀଧର ଗୌଡ଼, ଅବସରପ୍ରାପ୍ତ ଶିକ୍ଷକ ବାଳକୃଷ୍ଣ ସାବତ, ସରପଞ୍ଚ ସବିତା ସ୍ୱାଇଁ,ସରପଞ୍ଚ ପ୍ରତିନିଧି ସନ୍ତୋଷ ସ୍ୱାଇଁ, ସମିତିସଭ୍ୟ ପ୍ରତିନିଧି ମାନସ ରଞ୍ଜନ ବିଷୋୟୀ, ନିମାଇଁ ଚରଣ ନାୟକ,ଜୟଦେବ ସାହୁ, ଭଗବାନ ସାହୁ,ଶଙ୍କର ସାହୁ, ଭାସ୍କର ସହୁ, ରାକେଶ, ବିକାଶଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ଵର୍ଗତ ଦଣ୍ଡପାଣିଙ୍କ ଅନ୍ତିମ ଦର୍ଶନ କରିବା ସହ ଗଭୀର ଶୋକ ବ୍ୟକ୍ତ କରିଥିଲେ I ଗ୍ରାମ ଶ୍ମଶାନରେ ସ୍ଵର୍ଗତ ସାହୁଙ୍କ ଅନ୍ତିମ ସଂସ୍କାର ହୋଇଥିଲା I(ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ)