ପୋଖରୀ ପୁନଉଦ୍ଧାର ପାଇଁ ତହସିଲଦାରଙ୍କୁ ଗୁହାରି
ପୋଖରୀ ପୁନଉଦ୍ଧାର ପାଇଁ ତହସିଲଦାରଙ୍କୁ ଗୁହାରି —-
====================ଗଞ୍ଜାମ -ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ନ 7 ବାଲିସାହିରେ ଦୀର୍ଘ ବର୍ଷ ହେବ ପୋଖରୀର ପୁନଃ ଉଦ୍ଧାର ହୋଇ ନଥିବା ଅଭିଯୋଗ ହୋଇଛି l ଯାହା ଫଳରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାହିବାସି l ଏନଏସି ପ୍ରଶାସନକୁ ବାରମ୍ବାର ଅବଗତ କରାଯାଇଛି ହେଲେ କୌଣସି ସୁଫଳ ମିଳିନି ବୋଲି ସାହି ବାସିନ୍ଦା ଅଭିଯୋଗ କରିଛନ୍ତି l ଏନେଇ ଗୁରୁବାର ସାହି ବାସିନ୍ଦା ତହସିଲଦାର ଅରୁଣ କୁମାର ନାୟକଙ୍କୁ ଭେଟି ବର୍ଷା ଦିନ ପୂର୍ବରୁ ସାହିର ପୋଖରୀ ପୁନଃ ଉଦ୍ଧାର କରିବା ଲାଗି ଗୁହାରି କରିବା ସହ ଏକ ଲିଖିତ ଦାବିପତ୍ର ପ୍ରଦlନ କରିଛନ୍ତି l ସେହି ସାହିରେ ପ୍ରାୟ ଷାଠିଏରୁ ଉର୍ଦ୍ଧ ହରିଜନ ପରିବାର ବାସ କରୁଛନ୍ତି l ସେମାନେ ହରିଜନ ଜାତିର ହୋଇଥିବା ଯୋଗୁଁ ଅନ୍ୟ ଗାଁ ବା ସାହି ପୋଖରୀକୁ ଗାଧୋଇବାକୁ ଗଲେ ସେଠାରେ ଜାତିଆଣ ଭେଦ କଥା ଉଠୁଥିବା ଦାବୀ ପତ୍ରରେ ଉଲେଖ କରିଛନ୍ତି lଏଥିସହ ସାହି ବାରିପଟେ ଏକ ପୋଖରୀ ରହିଛି ଆଉ ତାହା ପ୍ରାୟ ଦଶ ବର୍ଷରୁ ଉର୍ଦ୍ଧ ହେବ ପାଣି ସୁଖୀ ଫାଟି ପଡି ରହିଛି l ଅନ୍ୟ ପଟେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯେତିକି ସମୟ ପିଇବା ପାଣି ଛଡା ଯାଉଛି ସେଥିରୁ ପିଇବାକୁ ପାଣି ନିୟଣ୍ଟ ପଡୁଛି ଆଉ ଗାଧୋଇବୁ କେମିତି ବୋଲି ଦାବୀ ପତ୍ରରେ ଦର୍ଶାଇଛନ୍ତି ସାହି ବାସିନ୍ଦା l ତହସିଲଦାର ଅଭିଯୋଗ ଶୁଣିବା ପରେ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି l ବର୍ଷା ଦିନ ଦିନ ପୂର୍ବରୁ ଏହାକୁ ଖୋଳା ଯାଇ ଏହାର ପୁନଃ ଉଦ୍ଧାର କରାଯାଇ ପାରିଲେ ଭଲ ହୁଅନ୍ତା ବୋଲି ସାହି ଲୋକେ କହିଛନ୍ତି l ଦାବୀ ପତ୍ର ଦେବା ବେଳେ ସାହିର ସୁରେଶ କୁମାର ନାୟକ,, ପ୍ରଶାନ୍ତ ନାୟକ, ବାବୁ ନାୟକ, ଦୁର୍ଗା ନାୟକ, ମହେଶ ନାୟକ, ରୋହନ ନାୟକ ପ୍ରମୁଖ ଉପସ୍ଥିତ ଉପସ୍ଥିତ ଥିଲେ l