April 24, 2026

ଗଜପତି ଜିଲ୍ଲା:ପାଚେରୀ ପଡି ୨ ଛାତ୍ରୀଙ୍କ ମୃତ୍ୟୁ ଘଟଣା: ତଦନ୍ତ ସାରି ଫେରିଲେ ଉପ-ଜିଲ୍ଲାପାଳ

IMG-20260418-WA0034
Share

 

 

ପାରଳାଖେମୁଣ୍ଡି:୧୮/୪(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ ବିଦ୍ୟାଳୟ ପାଚେରୀ ଭୁଶୁଡ଼ି ଦୁଇ ଛାତ୍ରୀ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଆରଡିସିସ୍ତରୀୟ ତଦନ୍ତ ନିର୍ଦେଶ ଦେଇଥିଲେ । ଏଥି ଅନୁଯାୟୀ ଗତକାଲି ଗୁରୁବାର ପାରଳାଖେମୁଣ୍ଡି ଉପ ଜିଲ୍ଲାପାଳ ଅନୁପ କୁମାର ପଣ୍ଡା ରୁବୁଡ଼ିସିଂ ଗ୍ରାମରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ଶ୍ରୀ ପଣ୍ଡା ବିଦ୍ୟାଳୟ ପରିଦର୍ଶନ କରି ଭୁଶୁଡ଼ି ଥିବା ଫାଟକ ଅନୁଧ୍ୟାନ କରିଛନ୍ତି। ପରେ ସେ ବିଦ୍ୟାଳୟ ପ୍ରଧାନଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି ସ‌ହ ଆଲୋଚନା କରି ଘଟଣାର ସର୍ବିବେଶ ତଥ୍ୟ ସଂଗ୍ରହ କରିଛନ୍ତି। କିଭଳି ପରିସ୍ଥିତିରେ ବିପଦସଂକୁଳ ଅବସ୍ଥାରେ ଫାଟକ ଥିଲା, କେଉଁ ପରିସ୍ଥିତିରେ ଭୁଷୁଡ଼ିଲା ସେନେଇ ପଚାରି ବୁଝିଛନ୍ତି। ଖୁବ ଶୀଘ୍ର ଏନେଇ ରିପୋର୍ଟ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ପ୍ରଦାନ କରା‌ଯିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି. ବିଦ୍ୟାଳୟ ଫାଟକ ଭୃଶୁତି ୨ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ମୃତକ ସେହି ଗାଁର ଦୁଇ ନାବାଳିକା ବିନୋଦ ରଇତଙ୍କ ଝିଅ ପଞ୍ଚମ ଶ୍ରେଣୀର ବେକିଲେସ୍ ଗଇତ (୧୦) ଏବଂ ବିନୀୟମ ରଇତଙ୍କ ଝିଅ ଚତୁର୍ଥ ଶ୍ରେଣୀର ଇଡ଼ତ୍ତି ରଇତ (୯) ଏହି ଦୁଇ ଜଣ ଗତ ବୁଧବାର ବିଦ୍ୟାଳୟ ଛୁଟି ପରେ ବିଦ୍ୟାଳୟ ବାରଣ୍ଡାରେ ବ୍ୟାଗ ରଖ୍ ବିଦ୍ୟାଳୟ ପରିସର ମଧ୍ୟରେ ଖେଳୁଥିବା ସମୟରେ ଏଭଳି ଅଘଟଣ ଘଟିଥିଲା । ଗତକାଲି ଉପଜିଲ୍ଲାପାଳ ମୃତ ୨ ଛାତ୍ରୀଙ୍କ ଅଭିଭାବକଙ୍କୁ ରେଡକ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ଲେଖାଏ ୨ ଟି ଚେକ ପ୍ରଦାନ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଘଟଣାରେ ଦୁଃଖ ପ୍ରକାଶ କରି ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି. ଏଥିସହ ଶିକ୍ଷା ବିଭାଗ ତରଫରୁ ଅତିରିକ୍ତ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ମଧ୍ୟ ପ୍ରଦାନ କରାଯିବ.

You may have missed