April 25, 2026

ଅଡବା ଥାନା ଅନ୍ତର୍ଗତ ମହାପଦର ଓ ଗୁଡ଼ିପଙ୍କା ଗ୍ରାମରେ ଗଞ୍ଜେଇ ରେଡ ବେଳେ ପୋଲିସକୁ ଆକ୍ରମଣ ଘଟଣା: ୧୩ ଗିରଫ

IMG-20260418-WA0033
Share

 

 

ପାରଳାଖେମୁଣ୍ଡି:୧୮/୪(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତିରେ ଗଞ୍ଜେଇ ରେଡ ବେଳେ ପୋଲିସକୁ ଆକ୍ରମଣ ଘଟଣାରେ ୧୩ ଜଣ ଗିରଫ ହୋଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶଯେ, ଗତ ୧୫ ତାରିଖ ବିଳମ୍ବିତ ରାତିରେ ଗଞ୍ଜେଇ ରେଡ କରିବା ପାଇଁ ଗଜପତି ପୋଲିସ୍ ଅଡବା ଥାନା ଅନ୍ତର୍ଗତ ମହାପଦର ଓ ଗୁଡ଼୍ରୀପଙ୍କା ଗ୍ରାମକୁ ଯାଇଥିଲେ. ହେଲେ ଚଢ଼ାଉ କରିବା ବେଳେ ପୋଲିସକୁ କେତେକ ଗ୍ରାମବାସୀ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ପୋଲିସକୁ ଧମକ ଦେବା ସହ ଆକ୍ରମଣ କରିଥିଲେ। ପରେ ଏସଡ଼ିପିଓ ରାକେଶ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ସେହି ଗ୍ରାମରେ ୫ ପ୍ଲାଟୁନ୍ ପୋଲିସ ଫୋର୍ସ ଏକ କାଳୀନ ଚଢ଼ାଉ କରିଥିଲା। ଚଢ଼ାଉରେ ମହାପଦର , ଗୁଡ଼୍ରୀପଙ୍କା, ଭାଲିଆସାହି, ନୂଆସାହି ଓ ଗମ୍ଭାରୀ ଗଣ୍ଡା ଗାଁର ଏଲିୟ ମାଝୀ(୨୫), ପ୍ରଦୀପ ମାଝୀ (୧୯), ମନୋଜ ମଳିକ (୨୪), ସୁକାନ୍ତ ମାଝୀ (୩୫), ସାମସନ ମାଝୀ(୧୯), ଲୁକା ମାଝୀ ( ୧୯), କାଲେମ୍ ମାଝୀ(୧୯), ସୁମନ୍ତ ମାଝୀ (୨୯), ଫିନିଏଲ୍ ଗମାଙ୍ଗ (୨୬), ସୁମନ୍ତ ଦଳ ବେହେରା (୩୭), ୱିଲିଏନ ଦଳ ବେହେରା (୩୫) , ଭାଲିଆସାହିର ମାଥ୍ୟୁ ଦଳବେହେରା (୬୦), ସୁରେନ୍ଦ୍ର ମାଝୀ (୧୯) ପ୍ରମୁଖଙ୍କୁ ଉଠାଇ ଆଣି ଗିରଫ କରିଥିଲା ପୋଲିସ। ଗିରଫ ପରେ ୭୪ /୨୬ ରେ ମାମଲା ରୁଜୁ କରାଯାଇ ସମସ୍ତଙ୍କୁ ଗତକାଲି କୋର୍ଟଚାଲାଣ କରାଯାଇଛି