April 26, 2026

ଛେଳିଗଡ଼ ଜଳ ସେଚନ ବିଭାଗ ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କଲେ ବିଭାଗୀୟ ଉଚ୍ଚ ପଦସ୍ଥ ଯନ୍ତ୍ରୀ

932920a4-bd9f-45b9-be34-948f3d00f8c7
Share

——ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗଡ଼ ଠାରେ ହେଉଥିବା ଛେଳିଗଡ଼ ଜଳ ସେଚନ ପ୍ରକଳ୍ପର ଟନେଲ କାର୍ଯ୍ୟ ଅନୁଧ୍ୟାନ କଲେ ବିଭାଗୀୟ ଉଚ୍ଚ ପଦସ୍ଥ ଯନ୍ତ୍ରୀ।ଛେଳିଗଡ଼ ଠାରେ ହେଉଥିବା ପ୍ରକଳ୍ପର ଟନେଲ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି ବିଭାଗୀୟ ମୁଖ୍ୟଯନ୍ତ୍ରୀ ଇଂ. ଅଶ୍ୱିନୀ କୁମାର ମହାନ୍ତି।ସଙ୍ଗରେ ଥିଲେ ଗଜପତି ଜିଲ୍ଲାର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ. ନଗେନ୍ଦ୍ର ନାଥ ମହାରଣା।ଏହି ଅନୁଧ୍ୟାନ ସମୟରେ ଟନେଲ ର ଅଧିକ୍ଷଣ ଯନ୍ତ୍ରୀ ଇଂ. ବିରେନ୍ଦ୍ର କୁମାର ଜଗତ ଏବଂ ସ୍ଥାନୀୟ ସହକାରୀ ଯନ୍ତ୍ରୀ, କନିଷ୍ଟ ଯନ୍ତ୍ରୀଙ୍କ ସମେତ ସ୍ବତନ୍ତ ଭୁ-ଅର୍ଜନ ଅଧିକାରୀ ବିରେନ୍ଦ୍ର କୁମାର ଦାସ ଠିକା କମ୍ପାନୀର ସାଧାରଣ ପରିଚାଳନା ଅଧିକାରୀ ପ୍ରଦୀପ କୁମାର ପାଢୀ।ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଟନେଲ କାର୍ଯ୍ୟ ଆଜି ସୁଦ୍ଧା ପ୍ରବେଶ ପଥରେ ୪୮୪ମିଟର କାର୍ୟ୍ଯ ହୋଇଥିବା ବେଳେ ବାହାର ପଥରେ ୭୫୯ମିଟର ଖନନ କାର୍ଯ୍ୟ ସମ୍ପାଦନ ହୋଇଥିବା ସମୀକ୍ଷା ରୁ ଜଣାପଡିଛି।ଆଉ ଏକ ସପ୍ତାହ ମଧ୍ୟରେ ଟନେଲ କାର୍ୟ୍ଯ ଶେଷ ହେବା ଆଶା କରାଯାଉଛି।ଟନେଲ ପୁରା ୧୨୮୦ମିଟର ଲମ୍ବ ହୋଇଥିବା ବେଳେ ସେଥି ମଧ୍ୟରୁ ୧୨୪୩ମିଟର କାର୍ଯ୍ୟ ଶେଷ ହୋଇଛି।ଆଉ ହେବାକୁ ଥିବା୩୭ମିଟର କାର୍ଯ୍ୟ ଶେଷ ହେଲେ ବିଭାଗ ପୁଣି ପ୍ରକଳ୍ପର ଆନୁଷଙ୍ଗିକ କାର୍ଯ୍ୟ ଆରମ୍ଭ କରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।ଏହି କାର୍ଯ୍ୟ ସମ୍ପାଦନ ହେଲେ ଗଂଜାମ ଓ ଗଜପତି ଜିଲ୍ଲାର ଜମିକୁ ପାଣି ମାଡିବା ସହ ପାନୀୟ ଜଳର ସୁବିଧା ସ୍ତାନୀୟ ଅଞ୍ଚଳ ବାସୀ ପାଇବା ଆଶା ବାନ୍ଧିଥିବା ଦେଖିବାକୁ ମିଳିଛି।ବିଭାଗର ଉଚ୍ଚ ପଦସ୍ତ ଅଧିକାରୀ ବାରମ୍ବାର ଗସ୍ତ କରି ସୁଚାରୁରୂପେ କାର୍ୟ୍ଯ ସମ୍ପାଦନା କରୁଥିବା ପ୍ରକାଶ।