March 11, 2026

ଡାକ୍ତର ଙ୍କ ଅବହେଳା ଯୋଗୁଁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ,ଥାନାରେ ଏତଲା

IMG-20230418-WA0000
Share

 

(ଉମରକୋଟ ରୁ ଏମ୍.ଦୀନା°ଶୁ ଆଚାରୀ ଙ୍କ ରିପୋର୍ଟ)

ନବରଙ୍ଗପୁର ଜିଲ୍ଲା ର ମୁଖ୍ୟ ବ୍ୟବସାୟିକ କେନ୍ଦ୍ର କୁହାଯାଉଥିବା ଉମରକୋଟ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଜିଲ୍ଲା ର ରାଇଘର, ଝରୀଗାଁ, ଚନ୍ଦାହାଣ୍ଡି ଓ ଡାବୁଗାଁ ବ୍ଲକ ସହ ଉମରକୋଟ ବ୍ଲକ ଏବଂ ମ୍ୟୁନିସିପାଲଟି ଅଞ୍ଚଳ ର ଦଶ ଲକ୍ଷ ରୁ ଉର୍ଦ୍ଧ ଲୋକ ନିର୍ଭର କରୁଥିବା ବେଳେ ଡାକ୍ତରଖାନା ରେ ବିଶେଷଜ୍ଞ ଡାକ୍ତର ଅଭାବ, ରକ୍ତ ଭଣ୍ଡାର ନ ଥିବା ସହ ଏନେସ୍ତେଥିଆ ବିଶେଷଜ୍ଞ ଙ୍କ ଅଭାବ ଯୋଗୁଁ ପ୍ରତି ବର୍ଷ ବହୁ ସଂଖ୍ୟା ରେ ଗର୍ଭବତୀ ଓ ପ୍ରସୂତି ଙ୍କ ମୃତ୍ୟୁ ହୋଇ ଚାଲିଛି!ବାରମ୍ବାର ଏଭଳି ଗରିବ ନିରୀହ ଙ୍କ ଜୀବନ କୁ ନେଇ ଖେଳ ଖେଳୁଥିବା ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ବେଳେ ଆଜି ଆଉ ଜଣେ ଗର୍ଭବତୀଙ୍କ ଚିକିତ୍ସା ଅଭାବରୁ ମୃତ୍ୟୁ ଘଟିଥିବା ଘଟଣା କୁ ନେଇ ଅଞ୍ଚକରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି!ଡାକ୍ତର ଙ୍କ ଅବହେଳା ଯୋଗୁଁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ଥାନାରେ ଏତଲା ଦେବା ସହ ତଦନ୍ତ ଦାବି କରିଛନ୍ତି ପରିବାର ବର୍ଗ!

ପ୍ରାପ୍ତ ସୂଚନା ମୁତାବକ :ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ uv 2 ବଡ଼କୁମାରୀ ଗ୍ରାମର ଧୀରଜ ଅଧିକାରୀ ଙ୍କ ସ୍ତ୍ରୀ ସୁମତି ଅଧିକାରୀ ଗର୍ଭବତୀ ହୋଇ ଉମରକୋଟ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମହିଳା ପ୍ରସୂତି ବିଶେଷଜ୍ଞ ଡାକ୍ତର ସୁମନ୍ତ ରାଉଳ ଙ୍କୁ ନିୟମିତ ଭାବେ ଚିକିତ୍ସା କରେଇ ଆସୁଥିଲେ!ପୂର୍ବ ନିର୍ଧାରିତ ସମୟ ମୁତାବକ ପ୍ରସବ ଯନ୍ତ୍ରଣା ହେବାରୁ ଗତକାଲି ସକାଳେ ସୁମତୀଙ୍କୁ ପରିବାର ଲୋକେ ଡାକ୍ତରଖାନା ନେଇଥିଲେ!ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା ପରେ ଦଶ ଦିନର ଔଷଧ ଦେଇ ଘରକୁ ପଠେଇ ଥିଲେ, କିନ୍ତୁ ରାତ୍ର ରେ ପୁନର୍ବାର ପ୍ରସବ ଯନ୍ତ୍ରଣା ହେବାରୁ ରାତ୍ର 11ଘଂଟିକା ସମୟରେ ଡାକ୍ତରଖାନା କୁ ଆଣି ଭର୍ତି କରିଥିଲେ!ସେଠାରେ ଉପସ୍ଥିତ ନର୍ସ ପ୍ରସବ ପାଇଁ ଚେଷ୍ଟା କରି ବିଫଳ ହୋଇ ବାରମ୍ବାର ଡାକ୍ତର ରାଉଳ ଙ୍କୁ ଫୋନ କରିଥିଲେ ମଧ୍ୟ ଡାକ୍ତର ନିଜେ ନ ଆସି କିଛି ସମୟ ଚେଷ୍ଟା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର ପାଇଁ ନର୍ସ ଙ୍କୁ ପରାମର୍ଶ ଦେଇଥିଲେ!ସଂଗେ ସଂଗେ ପରିବାର ଲୋକ ଜିଲ୍ଲା ମୁଖ୍ୟା ଚିକିତ୍ସାଳୟ କୁ ନେଉଥିବା ବେଳେ ରାସ୍ତାରେ ମୃତ୍ୟୁବରଣ କରିଥିବା କହିବା ସହ ଡାକ୍ତର ଙ୍କ ଅବହେଳା ଯୋଗୁଁ ସୁମତି ଙ୍କ ମୃତ୍ୟ ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିବା ସହ ତଦନ୍ତ ଦାବି କରିଛନ୍ତି!ସେପଟେ ଏ ସମ୍ପର୍କରେ ସମ୍ପୃକ୍ତ ଡାକ୍ତର ଙ୍କୁ ପଚାରିବାରୁ ସେ ଡାକ୍ତରଖାନା ରେ ଅସ୍ତ୍ରପ୍ରଚାର ର ପର୍ଯ୍ୟାପ୍ତ ସୁବିଧା ସହ ରକ୍ତ ଭଣ୍ଡାର ନ ଥିବାରୁ ଗର୍ଭବତୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର ଜରାଯାଇଥିବା ଫୋନ ଯୋଗେ ପ୍ରକାଶ କରିଛନ୍ତି!

You may have missed