ଗୋଲିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

ବୁଗୁଡ଼ା :ତା ୧୮/୦୩/୨୫ : ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ଗୋଲିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ସ୍ବପରିସରରେ ଅନୁଷ୍ଠିତ ହୋଇଯାଇଛି । ଏସ୍ଏମସି ସଭାପତି ରାମକୃଷ୍ଣ ନାହାକଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଦୈତାରୀ ବେହେରା, ମୁଖ୍ୟ ବକ୍ତା ଭାବେ ସିଆରସିସି ସୁନିତା ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ କୁଶପଲ୍ଲୀ ଗାଁ ସଭାପତି ବୈକୁଣ୍ଠ ବିଷୋୟୀ, ଓ୍ବାର୍ଡ ମେମ୍ବର ବାପୁଜୀ ବିଷୋୟୀ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ। ଏ ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥି ସହ “ଆମ ସଂସ୍କୃତି ଆମ ଖେଳନା” କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇ ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା। ଏହି ଉତ୍ସବକୁ ସହକାରୀ ଶିକ୍ଷକ ସନାତନ ପ୍ରଧାନ, ସଞ୍ଜୟ ବିଷୋୟୀ ଓ ନିରଞ୍ଜନ ବରାଡ ପ୍ରମୁଖ ପରିଚାଳନା କରିଥିବା ବେଳେ ଏହାର ପ୍ରାରମ୍ଭରେ ଶିକ୍ଷକ ରାମକୃଷ୍ଣ ବଢେଇ ଅତିଥି ପରିଚୟ ପ୍ରଦାନ ଏବଂ ପରିଶେଷରେ ପ୍ରଧାନ ଶିକ୍ଷକ ସୁଧିର କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।