May 10, 2026

ଉମରକୋଟ ବ୍ଲକ ଅଧିନସ୍ଥ ରତ୍ନ ମୁଦ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ……

IMG-20250318-WA0042
Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ବ୍ଲକ ରାଜପୁର ଗ୍ରାମରେ ଥିବା ଶ୍ରୀ ବାଦଲ ରାଓ ଦେବ ଭବ୍ୟ ମନ୍ଦିରର ରତ୍ନ ମୁଦ ଚୂଡା କରଣ ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ପୂର୍ବତନ ସାଂସଦ ରମେଶ ମାଝୀ ଯୋଗ ଦେଇଥିଲେ। ତିନି ମୁଠା ତଥା ହିରାପୁର ,ବରିଗାଁ, ପାରିଆ ତିନି ମୁଠା ର ଦେବ ପିଠ ପୋଡା ଗଡ ଅଧିଷ୍ଟାତା ଶ୍ରୀଶ୍ରୀଶ୍ରୀ ଭୈରବ ଦେବ ଙ୍କ ସୁପୁତ୍ର ହେଉଛନ୍ତି ଶ୍ରୀ ବାଦଲ ରାଓ ଦେବ। ଶ୍ରୀ ବାଦଲ ରାଓ ଦେବ ଙ୍କ ଏଠାରେ ଏକ ଗୁଡି ଟିଏ ଥିଲା।ବିଗତ ସରକାର ଙ୍କ ଆର୍ଥିକ ସହାୟତା ଅନୁଦାନ ଓ ଗ୍ରାମର ସମସ୍ତ ରଇତ ମାନଙ୍କ ସହାୟତା ଯୋଗୁଁ ଏହି ଗୁଡି ଟି ଗୁଡି ରୁ ମନ୍ଦିରରେ ପରିଣତ ହୋଇଥିଲା। ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ହିରା ପୁର ମୁଠାର ପ୍ରତ୍ୟେକ ମୈଜାର ପୂଜାରୀ, ମାଝୀ ଯୋଗ ଦେଇଥିଲେ। ଏହି ମନ୍ଦିର ଟିକୁ ଲକିନାଥ ମାଝୀ ନିର୍ମାଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ଟିକୁ ରାଜ ପୁର ଗ୍ରାମର ପୁରୁଷୋତ୍ତମ ଭତରା ସୁଚାରୁରୂପେ ତୁଲାଇ ଥିଲେ।