May 10, 2026

ଗଞ୍ଜେଇ କାରବାରରେ ୧୦ ଗିରଫ, ପରିବାର ଲୋକେ ରାସ୍ତାରୋକ ସହିତ କଲେ ଥାନା ଘେରାଉ—

IMG-20250318-WA0041
Share

 

ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ହାଡୁପଦର ଗ୍ରାମର କିଛି ଘରେ ପୁଲିସ ଚଢାଉ କରି ୧୫ କୁଇଣ୍ଟାଲ ଗଞ୍ଜେଇ ଜବତ କରି ୧୦ ଜଣ ଙ୍କୁ ଗିରଫ କରିଛି l ହାଡୁପଦର ଗ୍ରାମ ର ଗିରଫ ବ୍ଯକ୍ତି ଙ୍କ ପରିବାର ଏବଂ ଗ୍ରାମ ର କିଛି ବ୍ୟକ୍ତି ଅଡ଼ବା ଥାନା ଘେରାଉ କରିବା ସହିତ ବ୍ରହ୍ମପୁର ରାୟଗଡ଼ା ୩୨୬ ଜାତୀୟ ରାଜପଥ କୁ ଅବରୋଧ କରି ରଖିଛନ୍ତି l ହାଡୁପଦର ଗ୍ରାମ ବାସୀ ଙ୍କ ଦାବି ଗିରଫ ହୋଇଥିବା ବ୍ୟକ୍ତି ମାନେ ଦୋଷୀ ନୁହଁନ୍ତି ତେଣୁ ତାଙ୍କୁ ଛଡା ଯାଉ ନଚେତ୍ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। ଏହି ରାସ୍ତାରୋକ ଫଳରେ ବହୁ ଯାନବାହାନ ଅଟକି ରହିବା ସଙ୍ଗେ ଘଟଣା ପ୍ରତି ସତର୍କ ନଜରରେ ଅଡବା, ମୋହନା, ଆର.ଉଦୟଗିରି ଥାନା ଅଧିକାରୀ ଙ୍କ ସହିତ ଏସ୍ ଡି ପି ଓ ଅମିତ୍ କୁମାର ପଣ୍ଡା ଉପସ୍ଥିତ ରହି ତଦନ୍ତ କରୁଥିବା ଜଣାପଡିଛି।