ଆଜିର ଖବର…
➡️୧-ଦୀର୍ଘ ୪୯୫ ବର୍ଷର ସଂଘର୍ଷ ପରେ ଅଯୋଧ୍ୟାରେ ନବନିର୍ମିତ ମନ୍ଦିରରେ ପ୍ରଥମ ହୋଲି ଖେଳିବେ ରାମଲଲ୍ଲା । ସୂଚନା ଦେଲେ ଶ୍ରୀରାମ ଜନ୍ମଭୂମିର ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ l
➡️୨-ଘରଭଡ଼ା ଭତ୍ତା ସଂଶୋଧନ କଲେ ରାଜ୍ୟ ସରକାରl ଏଣିକି ମୂଳ ବେତନର ୧୬ ପ୍ରତିଶତ ଘରଭଡ଼ା ଭତ୍ତା ପାଇବେ ସରକାରୀ କର୍ମଚାରୀ l
➡️୩-ଏଣିକି ଫେକ୍ ନ୍ୟୁଜ ଉପରେ ରହିବ ନିର୍ବାଚନ କମିସନଙ୍କ ନଜର l ମିଛ ଖବର ପ୍ରଚାର କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ l
➡️୪-ଓଡ଼ିଶା ଚକ୍ଷୁ ସେବା କ୍ୟାଡର’ ଗଠନ କଲେ ରାଜ୍ୟ ସରକାର, ସଂକଳ୍ପନାମା ଜାରି କଲା ସ୍ୱାସ୍ଥ୍ୟ ବିଭାଗ l
➡️୫-ଭୁବନେଶ୍ୱର-ବିଶାଖାପାଟନମ୍ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ସେବା ଗତକାଲିଠାରୁ ଭୁବନେଶ୍ୱର ରେଳ ଷ୍ଟେସନରୁ ହେଲା ଆରମ୍ଭ । ସୋମବାର ବ୍ୟତୀତ ଏହି ଟ୍ରେନ୍ ସେବା ସବୁ ଦିନ ଉପଲବ୍ଧ ହେବ।
➡️୬-କଟକରେ ଆରମ୍ଭ ହେଲା ପଖାଳ ଦିବସ ପାଳନ, ଜିଆଇ ଟ୍ୟାଗ୍ ଦାବି କରି ଏଣିକି ସପ୍ତାହେ ଯାଏଁ ପାଳିବେ କଟକିଆ l
➡️୭-ଲୋକସଭା ନିର୍ବାଚନର ତାରିଖ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଦେଲେ ଖାସ୍ ନିର୍ଦ୍ଦେଶ, କହିଲେ ନୂତନ ସରକାରର ପ୍ରଥମ ୧୦୦ ଦିନ ଏବଂ ଆଗାମୀ ୫ ବର୍ଷ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ l
➡️୮-କାଳବୈଶାଖୀ ବର୍ଷା ସମ୍ଭାବନା, ୧୯ ଓ ୨୦ ପାଇଁ ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର l ୪୦ରୁ ୫୦ କିମି ବେଗରେ ବହିପାରେ ପବନ l
➡️୯-ନିର୍ବାଚନ ପାଇଁ ଏଣିକି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ l ଏନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଦିଆଗଲା ସୂଚନା l
➡️୧୦-ଗଣତି ପ୍ରକ୍ରିୟାରେ ନିର୍ବାଚନ କମିସନଙ୍କ ହେଲା ସଂଶୋଧନ, ଏଣିକି ଅରୁଣାଚଳ ଓ ସିକିମରେ ଭୋଟ୍ ଗଣତି ଜୁନ୍ ୪ ତାରିଖ ପରିବର୍ତ୍ତେ ଜୁନ୍ ୨ରେ ହେବ l
➡️୧୧-ବ୍ରହ୍ମପୁର ଶୀତଳାପଲ୍ଲୀ ସମ୍ ମଲ୍ଟି ସ୍ପେସିଆଲଟି ହସ୍ପିଟାଲରେ ନିଃଶୁଳ୍କ ବନ୍ଧ୍ୟା ଦୋଷ ଚିକିତ୍ସା ଶିବିର ହେଲା ଅନୁଷ୍ଠିତ l
➡️୧୨-ଇ-କମର୍ସ କମ୍ପାନୀ ଫ୍ଲିପ୍କାର୍ଟକୁ ଲାଗିଲା ଶକ୍ତ ଝଟ୍କା, ମାର୍କେଟ ଭାଲ୍ୟୁ ୪୧ ହଜାର କୋଟି ହେଲା ହ୍ରାସ l
➡️୧୩-ମଣିପୁରରୁ ଆରମ୍ଭ ହୋଇଥିବା ମୁମ୍ବାଇରେ ଶେଷ ହେଲା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା l
➡️୧୪-ମଥୁରା ‘ଲଡୁ ହୋଲି’ରେ ଦଳାଚକଟା ଯୋଗୁଁ ଅନେକ ଶ୍ରଦ୍ଧାଳୁ ହେଲେ ଆହତ, ୨ ଜଣ ଗୁରୁତର l
➡️୧୫-ଗୁଜରାଟ ବିଶ୍ୱ ବିଦ୍ୟାଳୟରେ ବିଦେଶୀ ଛାତ୍ରଙ୍କୁ ମାର୍ପିଟ ଘଟଣାରେ ୨ଜଣ ହେଲେ ଗିରଫ, ୧୫ ଜଣଙ୍କ ବିରୋଧରେ ହେଲା ମାମଲା ରୁଜୁ l
➡️୧୬-ଋଷ୍ରେ ପୁଣିଥରେ ଭ୍ଲାଦିମିର ପୁଟିନ୍ ରାଷ୍ଟ୍ରପତି ହେବା ନିଶ୍ଚିତ। ଏନେଇ ଆରମ୍ଭ ହେଲା ପ୍ରସ୍ତୁତି। ନିର୍ବାଚନରେ ଋଷରେ ପ୍ରଥମ ଥର ପାଇଁ ଅନଲାଇନ୍ ଭୋଟ୍ ବ୍ୟବସ୍ଥା ହୋଇଛି।
➡️୧୭-ଆାମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ସରଗରମ ହେଉଥିବା ବେଳେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଲେ ଯେ ଯଦି ସେ ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ନ ହୁଅନ୍ତି ତେବେ ଆମେରିକୀୟ ଗଣତନ୍ତ୍ରର ଅନ୍ତ ଘଟିବ ଏବଂ ସମଗ୍ର ଦେଶରେ ରକ୍ତପାତ ହେବ।
➡️୧୮-ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଗତକାଲି ଖେଳାଯାଇଥିବା WPL ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ଓ୍ବିକେଟରେ କଲା ପରାସ୍ତ l ପ୍ରଥମ ଥର ପାଇଁ ଜିତିଲା ଟାଇଟଲ୍ l
➡️୧୯-ଆୟର୍ଲାଣ୍ଡ ବ୍ୟାଟର୍ଙ୍କ ବିଶ୍ୱ ରେକର୍ଡ। ଭାଙ୍ଗିଲେ ବାବରଙ୍କ ରେକର୍ଡ। ଅନ୍ତର୍ଜାତୀୟ ଟି-୨୦ରେ ୪୦୦ ଚୌକା ମାରିବାରେ ପ୍ରଥମ ବ୍ୟାଟର ହେଲେ ପଲ୍ ଷ୍ଟ୍ରିର୍ଲିଂ।
➡️୨୦-ଅଶ୍ୱିନଙ୍କୁ ସମ୍ମାନିତ କଲା TNCA: ମିଳିଲା ୫୦୦ ସ୍ୱର୍ଣ୍ଣମୁଦ୍ରା ସହ କୋଟିଏ ଟଙ୍କାର ଚେକ୍ l ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ଟେଷ୍ଟ ସିରିଜରେ ସର୍ବାଧିକ ୨୬ଟି ୱିକେଟ୍ ସେ ନେଇଥିଲେ।