April 25, 2026

ପୁଲୱାମା ଶହୀଦ ବୀରଙ୍କୁ ଶ୍ରଦ୍ଧାଞ୍ଜଳୀ  ଅଷ୍ଟମ ପଡ଼ିଆବାହାଲ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ନକ୍ସାପାଲି ବିଜୟୀ

IMG-20260218-WA0058
Share

 

ସମ୍ବଲପୁର,୧୮।୦୨() : ପୁଲୱାମା ଶହୀଦ ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଭଳି ମହତ୍ ଉଦ୍ଦେଶ୍ୟ ରଖି ଅଷ୍ଟମ ପଡ଼ିଆବାହାଲ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ବୁଧବାର ଉଦଯାପନ ହୋଇଯାଇଛି ।୫ ଦିନ ଧରି ଆୟୋଜିତ ଏହି ପ୍ରତିଯୋଗିତାରେ ଝାଙ୍କରପାଲି କୁ ହରାଇ ଜିସିପି ନକ୍ସାପାଲି ବାଜିମାତ ମାରିଛି।ଉଦଯାପନୀ ଉତ୍ସବରେ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ମହାପାତ୍ର ଓ ବାହାମ ସରପଞ୍ଚ ସରସ୍ବତୀ ଭୁସାଗର ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ସମ୍ମାନିତ କରିଥିଲେ।

 

୧୪ ତାରିଖ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପୋଲିସ ଅଧିକାରୀ ସୁରେନ୍ଦ୍ର ସାହୁ,ଡ଼. ରାଜାରାମ ଷଡ଼ଙ୍ଗୀ ଓ ସାମ୍ବାଦିକ ସୁବାସ ଚନ୍ଦ୍ର ନାଥ ଶର୍ମା ପୁଲୱାମା ଶହୀଦ ବୀରଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଓ ନୀରବ ପ୍ରାର୍ଥନା ପରେ ଆନୁଷ୍ଠାନିକ ଭାବେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା।

 

ଟୁର୍ଣ୍ଣାମେଣ୍ଟକୁ ପଧାନପାଲି କ୍ରିକେଟ କ୍ଲବ୍ ପକ୍ଷରୁ ବିପ୍ଳବ ଭୋସାଗର,ରୁପେଶ ବେସନ, ରମଣୀ କୁମ୍ଭାର, ରଜତ ନାଏକ, ସୂର୍ଯ୍ୟ ନାରାୟଣ ସାହୁ,ଆକାଶ ମିଶ୍ର,ପପୁନ ପାଇକ, ବିକ୍ରମ ନାଏକ,ସତ୍ୟମ୍ ନାଏକ,ଲୀଳା ବେସନଙ୍କ ଭଳି ବହୁ କ୍ରୀଡ଼ାପ୍ରେମୀ ଏହାକୁ ପରିଚାଳନାରେ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

You may have missed