March 8, 2026

ଜାନୁୟାରୀ ୧୫ ତାରିଖରୁ ବିଧାୟକ ଅରବିନ୍ଦ ମହାପାତ୍ର ଙ୍କୁ ବିଜେଡି ଦଳରୁ ନିଲମ୍ବିତ କରାଯିବା ପରେ ପାଟକୁରା ରେ ବିଜେଡି ବିସ୍ତୁତଃ ୨ ଭାଗରେ ବିଭକ୍ତ ହେବା ସହିତ ଉଭୟ ଗୋଷ୍ଠି ଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ଆକ୍ଷେପ ପ୍ରତି ଆକ୍ଷେପ ଓ ପତିଆରା ଲଢେଇ

IMG-20260218-WA0043
Share

             ଗରଦପୁର- ଜାନୁୟାରୀ ୧୫ ତାରିଖରୁ ବିଧାୟକ ଅରବିନ୍ଦ ମହାପାତ୍ର ଙ୍କୁ ବିଜେଡି ଦଳରୁ ନିଲମ୍ବିତ କରାଯିବା ପରେ ପାଟକୁରା ରେ ବିଜେଡି ବିସ୍ତୁତଃ ୨ ଭାଗରେ ବିଭକ୍ତ ହେବା ସହିତ ଉଭୟ ଗୋଷ୍ଠି ଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ଆକ୍ଷେପ ପ୍ରତି ଆକ୍ଷେପ ଓ ପତିଆରା ଲଢେଇ। ଦୁଇ ଦିନ ତଳେ ଡେରାବିଶ୍ ବ୍ଳକ୍ ର ପଲେଇ ପଞ୍ଚାୟତରେ ବିଧାୟକଙ୍କୁ ବିରୋଧ କରି କିଛି ଲୋକଙ୍କୁ ନେଇ ବିଜେଡି କର୍ମୀ ସମାବେଶ କରିଥିବା ବେଳେ ଆଜି ଗରଦପୁର ବ୍ଳକ୍ ର କୋରୁଆ କଲେଜ ଛକ ଠାରେ ଆମ ବିଧାୟକ ଆମ ସମ୍ମାନ ବ୍ୟାନର ତଳେ ୫୦୦୦ ରୁ ଉର୍ଦ୍ଧ୍ଵ ମହିଳା ଏକାଠୀ ହୋଇ ବାରୁଣୀ ଶନି ମନ୍ଦିର ପର୍ଯନ୍ତ ଏକ ପଦଯାତ୍ରା ରେ ପହଞ୍ଚି ବିଧାୟକଙ୍କ ସମର୍ଥନରେ ଏକ ସମାବେଶ କରିଥିଲେ। ଉକ୍ତ ସମାବେଶରେ ଆମେ ବିଧାୟକଙ୍କ ସହିତ ଅଛୁ ରହିବୁ ଏବଂ ବିଧାୟକ ଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି ଉପସ୍ଥିତ ନାରୀନେତ୍ରୀ ମାନେ ତାଙ୍କ ଭାଷଣ ପ୍ରସଙ୍ଗରେ କହିଥିଲେ। ଉକ୍ତ ସଭାରେ ନାରୀ ନେତ୍ରୀ ବନିତା ବାରିକ ସଭାପତିତ୍ଵ କରିଥିବା ବେଳେ ଗରଦପୁର ବ୍ଳକ୍ ଉପାଧକ୍ଷା ସୌଦାମିନୀ ଆଚାର୍ଯ୍ୟ, ତପସ୍ଵିନୀ ପଟ୍ଟନାୟକ, ପୂର୍ବତନ ବ୍ଲକ୍ ବିଜେଡି ସମନେତ୍ରୀ ସୁଜାତା ମିଶ୍ର, ପଦ୍ମପୁର ସରପଞ୍ଚ ଅନୁସୟା ବେହେରା, ବେଡ଼ାରୀ ସରପଞ୍ଚ ରଞ୍ଜୁଲତା ମିଶ୍ର, ପାଟକୁରା ସରପଞ୍ଚ ଗୀତାଞଳୀ ମହାନ୍ତି, ପାଖଡ ସରପଞ୍ଚ ବନୀତା ସ୍ଵାଇଁ,ଗରଦପୁର ସରପଞ୍ଚ ଅନିତା ମହାନୀ,ପଳସୁଧା ସରପଞ୍ଚ ଶ୍ରୀରାଧା ବନଜା ବାସୀନି ଜେନା, ବଡ଼ ବେତରା ସରପଞ୍ଚ ସଞ୍ଜୁକ୍ତା ମହାନ୍ତି,ତଳକୁସୁମା ସରପଞ୍ଚ ପ୍ରଭାତନଳୀନୀ ଜେନା ପ୍ରମୁଖ ପଦଯାତ୍ରାର ନେତୃତ୍ବ ନେଇଥିଲେ। ରିପୋର୍ଟ -ଧିରେନ କୁମାର ମହାପାତ୍ର କେନ୍ଦ୍ରାପଡା,