ଓଡିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ରେ ” ଆଲୋଚନା ଚକ୍ର ” ଅନୁଷ୍ଠିତ l
ଆଜି ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ଗୋରୁଆଳ ଗ୍ରାମପଞ୍ଚାୟତ ନୂଆପାଟଣା ଗ୍ରାମରେ ଥିବା ଓଡିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ର ଅଧକ୍ଷ ଦୁର୍ଗାମାଧବ କରଙ୍କ ଅଧକ୍ଷତା ରେ ୧୦.୩୦ ସମୟରେ ଓଡ଼ିଶାର ପ୍ରଥମ କଳା ଇତିହାସ ବିଭାଗର ବିଶିଷ୍ଟ ଗବେଷକ ଗୁରୁଜୀ ଡ଼ଃ ଅଲେଖ ଚରଣ ସାହୁଙ୍କ ଦ୍ୱାରା “ଆଲୋଚନା ଚକ୍ର” ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଓଡ଼ିଶା ଚାରୁ ଓ କାରୁ କଳା ମହାବିଦ୍ୟାଳୟ ପରିସର ରେ ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ଗୁରୁଜୀ ଡ଼ଃ ଅଲେଖ ଚରଣ ସାହୁଙ୍କୁ ବିପୁଳ ସମ୍ବୋର୍ଦ୍ଧନା ସହିତ ସ୍ୱାଗତ କରିଥିଲେ l ପରେପରେ ଆଲୋଚନା ଚକ୍ର ସହିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିଲା l ଛାତ୍ରଛାତ୍ରୀ ମାନଙ୍କର କଳା ଉପରେ ଏଭଳି ଆଲୋଚନା କୁ ଢେର ପ୍ରଶଂସା କରିଥିଲେ ଗୁରୁଜୀ ଡ଼ଃ ଅଲେଖ ଚରଣ ସାହୁ l ଏହି ଆଲୋଚନା ଚକ୍ର ତିନିଦିନ ଧରି ଚାଲୁରହିବ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ମହାବିଦ୍ୟାଳୟ ର ଅଧକ୍ଷ ଦୁର୍ଗାମାଧବ କର l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
