April 25, 2026

ସାଗରଗୁଆଁ ପଞ୍ଚାୟତରେ ମାତିଛନ୍ତି ଲୁଟେରା..

Share

 

 

ବୋଲଗଡ଼,(ଉପାନ୍ତ ଖବର): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ଭିତରେ ଥିବା ଏସ ବି ଆଇ ବ୍ୟାଙ୍କ ଏବଂ ଏଟିଏମ୍ ମେସିନ୍ ରୁ ୧୬ତାରିଖ ରାତିରେ ଟଙ୍କା ଚୋରି କରିବା ପାଇଁ ଆସିଥିଲେ କିନ୍ତୁ ତହା ସମ୍ଭବ ହୋଇ ନଥିଲା କିନ୍ତୁ ନୂଆ ଏଟିଏମ ମେସିନ୍ ପାଇଁ ଆସିଥିବା ୬ଟିବେଟ୍ରି ବ୍ୟାଙ୍କ ଭିତର ବାରଣ୍ଡାର ସିଡି଼ତଳେ ରଖା ଯାଇଥିଲା। କିନ୍ତୁ ଲୁଟେରା ମାନେ ତାଲାଭାଙ୍ଗି ବେଟ୍ରି ନେଇ ଯାଇଛନ୍ତି ଯାହାକି ସିସିଟିଭି ଫୁଟେଜରୁ ଜଣାପଡିଛି। ଏବଂ ସେହି ରାତିରେ ସେହି ଗ୍ରାମର ସାତଟି ଘରୁ ସୁନା ,ଗହଣା, ଟଙ୍କା ଚୋରି କରି ନେଇ ଯାଇଛନ୍ତି। ବ୍ୟାଙ୍କ୍ ତରଫରୁ ଏବଂ ଗ୍ରାମ ବାସୀଙ୍କ ତରଫରୁ ବାଙ୍କୋଇ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।