June 18, 2026

ମୋହନା ଅଞ୍ଚଳରେ ଜାଗର ପାଇଁ ବିଭିନ୍ନ ଶୈବ ପୀଠ ଚଳ ଚଞ୍ଚଳ

IMG-20230218-WA0029
Share

 

ମୋହନା ,ଜାଗରଯାତ୍ରା ପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ମୋହନା ଅଞ୍ଚଳର ବିଭିନ୍ନ ଶୈବ ପୀଠ । ଯେଉଁମାନେ ଜାଗର ଓଷା କରିଛନ୍ତି ,ସେମାନେ ସକାଳୁ ଉପବାସ ରହି,ସନ୍ଧ୍ୟା ସମୟରେ ନିକଟସ୍ଥ ଶିବ ମଦିର ଯାଇ ,ଜାଗର ଦୀପ ଜାଳି ସେମାନଙ୍କର ତଥା ତାଙ୍କ ପରିବାର ମନ ସ୍କାମନା ପୁରଣ ନିମନ୍ତେ ବାବା ଶ୍ରୀ ନୀଳକଣ୍ଠେସ୍ୱରଙ୍କ ନିକଟରେ ଶରଣ ପଶିଛନ୍ତି । ଆଉ ମଧ୍ୟ, ମୋହନା ଅଂଚଳର ପ୍ରସିଦ୍ଧ ମହାଦେବ ମନ୍ଦିର ଗୁଡିକରେ ମଧ୍ୟ ଭକ୍ତ ମାନେ ଏକତ୍ରିତ ହୋଇ ପୂଜା କରିଥିବା ଦେଖିବାକୁ ମିଳିଛି। ଏହା ସହ ଅଡବା, ବିରିକୋଟ, କେଶରା, ଚାନ୍ଦିପୁଟ ମହାଦେବ ମନ୍ଦିର ଆଦି ଶୈବ ପୀଠରେ ଜାଗର ଜାଳିବା ପାଇଁ ବିଶେଷ ଗହଳି ହେଉଥିବା ଦେଖିବାକୁ ମିଳିଥିବା ବେଳେ,ବିଭିନ୍ନ ନାମ ଯଜ୍ଞ ସହ,ପ୍ରସାଦ ସେବନର ବ୍ୟବସ୍ଥା ରହି ଅଛି ।ସେହିପରି ଅଞ୍ଚଳରେ ଥିବା ବିଭିନ୍ନ ପୀଠରେ ଭକ୍ତ ମାନେ, ଜାଗର ଜାଳିବା ପାଇଁ ବିଶେଷ ଗହଳି ଲାଗିଥିବା ବେଳେ,ଶୃଙ୍ଖଳିତ ଦର୍ଶନ ପାଇଁ ଗ୍ରାମ ମୁଖିଆଙ୍କ ନେତୃତ୍ୟୋରେ ମନ୍ଦିର ପରିଚାଳନା କମିଟି ଶୃଙ୍ଖଳା ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇ ଅଛି । ସ୍ଥାନୀୟ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିସିକାଙ୍କ ନିର୍ଦେଶ ପ୍ରକାରେ ପୋଲିସ ଦିନ ତମାମ ସୁରକ୍ଷାସହ ଶାନ୍ତି ଶୃଙ୍ଖଳା ରକ୍ଷା ଦାଇତ୍ୱ ନେଇଥିବା ଦେଖିବାକୁ ମିଳିଛି।ଅପରାହ୍ନ ରେ ହରି ହର ଭେଟ ପାଇଁ ଭକ୍ତମାନେ ବିରାଟ ପଟୁଆରରେ ସାହି ପରିକ୍ରମା କରୁଥିବା ବେଳେ ରାତ୍ରି କାଳରେ ଭିନ୍ନ ଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। ମନ୍ଦିର ଦର୍ଶନ କରି ପୂଜା ଅର୍ଚ୍ଚନା କରି ଫେରିଥିବା ବେଳେ,ସନ୍ଧ୍ୟା ସମୟରେ ପ୍ରାୟ ସବୁ ଶୈବ ପୀଠ ଗୁଡିକରେ ରାତ୍ର ଦଶ ଘଟିକା ସମୟରେ ମହାଦୀପ ଉଠିବ ବୋଲି ମନ୍ଦିର ପରିଚାଳନା କମିଟି ସୂତ୍ରରୁ ଜଣା ପଡ଼ିଛି ।

You may have missed