July 14, 2026

ମା ପଞ୍ଚ ଠାକୁରାଣୀ ଯାତ୍ରା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ 

IMG-20230218-WA0019
Share

 

 

ବୁଗୁଡା : ତା ୧୮/୦୨/୨୩ : ଆସନ୍ତା ଏପ୍ରିଲ ୨୬ରୁ ମେ ୧୨ ତାରିଖ ପର୍ଯ୍ୟନ୍ତ ୧୭ ଦିନ ବ୍ଯାପି ଆୟୋଜିତ ହେବାକୁ ଯାଉଥିବା ମା ପଞ୍ଚ ଠାକୁରାଣୀ ଯାତ୍ରା ଉପଲକ୍ଷେ ପବିତ୍ର ମହାଶିବରାତ୍ରୀ ପର୍ବ ଅବସରରେ ବୁଗୁଡା ବଡଦାଣ୍ଡ ସାହିରେ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୁରୋହିତ ଭାବେ ନାରାୟଣ ଦାଶ, ଶିଶିର କାନ୍ତ ମିଶ୍ର , ବିଭୁତି ଭୂଷଣ ତ୍ରିପାଠୀ ଓ ମନୋଜ କୁମାର ଦାଶ ଯୋଗ ଦେଇ ଯଥା ରୀତିନୀତି ପ୍ରକାରେ ପୂଜାପାଠ କରିଥିବା ବେଳେ କର୍ତ୍ତା ଭାବେ ବୁଗୁଡ଼ା ନଗରପାଳ ଚିତ୍ରସେନ ପ୍ରଧାନ ଦାୟିତ୍ବ ନିର୍ବାହ କରିଥିଲେ । ଠାକୁରାଣୀ ଯାତ୍ରା କମିଟିର ତତ୍ତ୍ବାବଧାନରେ ବିରଞ୍ଚି ନାରାୟଣ ଓ ବଳଦେବ ମନ୍ଦିରରେ ପୂଜାର୍ଚ୍ଚନା ପୂର୍ବକ ଶୁଭଖୁଣ୍ଟିକୁ ଶହ ଶହ ଶ୍ରଦ୍ଧାଳୁଙ୍କ ମେଳରେ ଶଙ୍ଖ, ଘଣ୍ଟ ଓ ବାଦ୍ଯ ବାଜଣାରେ ନଗର ପରିକ୍ରମା କରାଯାଇ ସ୍ଥାପନ ସ୍ଥଳକୁ ଅଣାଯାଇଥିଲା । ଉକ୍ତ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ଯକ୍ରମରେ ଶ୍ରମ ମନ୍ତ୍ରୀ ତଥା ମା ପଞ୍ଚ ଠାକୁରାଣୀ ଯାତ୍ରା କମିଟି ସଭାପତି ଶ୍ରୀକାନ୍ତ ସାହୁ, କାର୍ଯ୍ୟକାରୀ ସଭାପତି ବସନ୍ତ କୁମାର ଦଳେଇ, ଉପସଭାପତି କେ.ତ୍ରିଲୋଚନ ଦୋରା, ସମ୍ପାଦକ ବିଶ୍ବ ମୋହନ ମିଶ୍ର ,କୋଷାଧକ୍ଷ ଦିଲ୍ଲୀପ ପାତ୍ର, ଉପଦେଷ୍ଟା ଲକ୍ଷ୍ମୀ ନାରାୟଣ ଦାଶ ଓ ସୁରେଶ ଚନ୍ଦ୍ର ଦାଶ, ଭଗବାନ ନାୟକ ଏବଂ ଅନ୍ୟ କର୍ମକର୍ତ୍ତାଙ୍କ ସମେତ ଜନସାଧାରଣ ଯୋଗ ଦେଇଥିଲେ ।

You may have missed